୨ ନାବାଳକ ପୁଅଙ୍କୁ ବେସାହାରା କରି ୨୪ ଘଣ୍ଟାରେ ଚାଲିଗଲେ ବାପା, ମାଆ

Two Minor Boys Performed Father And Mother Cremation in Digapahandi

ଦିଗପହଣ୍ଡି: ୨୪ ଘଣ୍ଟା ମଧ୍ୟରେ ହାତ ଧରାଧରି ହୋଇ ଚାଲିଗଲେ ସ୍ୱାମୀ, ସ୍ତ୍ରୀ । ଦୁଇଜଣଙ୍କ ଅକାଳ ବିୟୋଗ ପରେ ୨ ବାଳୁତ ପୁଅଙ୍କ ଉପରେ ଶବ ସତ୍କାର ଏବଂ ଦାହ କଷ୍ଟକର ହୋଇ ପଡ଼ିଥିଲେ ମଧ୍ୟ ତୁଲାଇଛନ୍ତି ଦାୟିତ୍ୱ । ସାନ ସାନ ନାବାଳକ ଦୁଇ ପୁଅ ବାପା ମାଆଙ୍କ କ୍ରିୟା କର୍ମ କରିଛନ୍ତି । ହୃଦୟକୁ ବିଦାରୀ ଦେଉଥିବା ମନକୁ ଭାରାକ୍ରାନ୍ତ କରୁଥିବା ଏଭଳି ଘଟଣା ଦେଖି ସାହି ପଡ଼ିଶା, ଗ୍ରାମବାସୀ ସମସ୍ତଙ୍କ ଆଖିରୁ ଝରି ପଡୁଛି ଲୁହ । କିଏ ଛାତିରେ ହାତ ପିଟି କାନ୍ଦୁଛି ତ ଆଉ କାହା ମୁହଁରେ କହିବାକୁ ବଳ ନାହିଁ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଖଲିଙ୍ଗୀ ଗାଁ ପାଲଟି ଯାଇଛି ମୂକ ପ୍ରାୟ ।

 Two Minor Boys Performed Father And Mother Cremation in Digapahandi

ବାପାଙ୍କ ପରେ ମାଆ । ୨୪ ଘଣ୍ଟାରେ ଡକାଡକି ହୋଇ ଚାଲିଗଲେ ୨ ସ୍ୱାମୀ, ସ୍ତ୍ରୀ । ଶୌଚ ପାଇଁ ଯାଇଥିବାବେଳେ ଘୋଡାହାଡ଼ ନଦୀରେ ବୁଡ଼ି ପ୍ରଥମେ ସ୍ୱାମୀ ଶଙ୍କର ଲେଙ୍କା ପ୍ରାଣ ହରାଇଥିଲେ । ଏହି ଖବରକୁ ସହଜରେ ଗ୍ରହଣ କରି ପାରିନଥିଲେ ସ୍ତ୍ରୀ ଟୁକୁନି । ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଟୁକୁନି ଲେଙ୍କା ଚାଲି ଯାଇଥିଲେ ଆରପାରିକୁ । ମୁହୂର୍ତ୍ତକ ମଧ୍ୟରେ ଅକାସ୍ମକ ବାପା, ମାଆଙ୍କୁ ହରାଇ ୧୧ ବର୍ଷୀୟ ବିକ୍ରମ ଲେଙ୍କା ଓ ୧୪ ବର୍ଷର ପବିତ୍ର ଲେଙ୍କା କିଛି ବୁଝି ପାରିନଥିଲେ । ନାବାଳକ ଦୁହେଁ ନିତିର ନିୟତିକୁ ନେଇ ସ୍ତବ୍ଧ ହୋଇ ଯାଇଥିବା ବେଳେ ଗ୍ରାମବାସୀ ବି ପାଲଟି ଯାଇଛନ୍ତି ଅବାକ୍ ।

Two Minor Boys Performed Father And Mother Cremation in Digapahandi

ଘରର କେହି ମୁରବୀ ନଥିବା ବେଳେ ଘରେ ଅଛନ୍ତି ଜଣେ ବୁଢୀ ମାଆ । ପରିଣତ ବୟସରେ ପୁଅ, ବୋହୂ ଓ ନାତିଙ୍କୁ ଅନାଇ ବାକି ଜୀବନ କାଟୁଥିଲେ । ପୁଅ, ବୋହୂ ଅକାଳରେ ଆରପାରିକୁ ଯିବା ପରେ ସେ କାହାକୁ କିଛି କହିପାରୁଛନ୍ତି ନା କଣ କରିବେ ଭାବି ପାରୁଛନ୍ତି । ତଥାପି ୨ ନାତିଙ୍କୁ ନେଇ ପୁଅ,ବୋହୂଙ୍କ ଅନ୍ତ୍ୟେଷ୍ଟି ସାରିଛନ୍ତି ସଜନୀ ଲେଙ୍କା । ହାତରେ ଭଲ କରି ଖାଇ ଶିଖିନଥିବା ୨ ନାବାଳକ ପୁଅ କରିଛନ୍ତି ବାପା, ମାଆଙ୍କ କ୍ରିୟା କର୍ମ ।

 Two Minor Boys Performed Father And Mother Cremation in Digapahandi

ଅଭାବୀ ପରିବାର କଷ୍ଟମଷ୍ଟେ କ୍ରିୟା କର୍ମ ତ କରି ନେଇଛନ୍ତି । କିନ୍ତୁ, ଏବେ ସାହାରା କେହି ନାହିଁ । କାରଣ ବୟସାଧିକ ବୁଢୀ ମାଆ ସେମାନଙ୍କୁ ରୋଜଗାର କରି ପୋଷିବା ସମ୍ଭବ ନୁହେଁ । ଆଉ ପୁଅ ମଧ୍ୟ ନାବାଳକ । ପାଠ ପଢ଼ିବା ବୟସରେ ଏବେ ସେମାନଙ୍କ ମୁଣ୍ଡରେ ନିଜ ସହ ବୁଢୀ ମାଆର ଦାୟିତ୍ୱ । ଏମାନଙ୍କୁ ଜିଲ୍ଲା ପ୍ରଶାସନ ଓ ସରକାର ତୁତନ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ସମସ୍ତେ ଦାବି କରିଛନ୍ତି ।

Leave a Reply