ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ମାଆ, ହତ୍ୟାକାରୀ ସାଜିଲେ ନାବାଳକ ପୁଅ

କେନ୍ଦୁଝର: ମାଆ ସହ ଜଣେ ଯୁବକକୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଲେ ନାବାଳକ ପୁଅ  । ପରେ ‌ଯୁବକକୁ ହତ୍ୟା କରିବାକୁ ପଛାଇଲେ ନାହିଁ ଦୁଇ ନାବାଳକ  । ରାଗରେ ଜର୍ଜରିତ ମହିଳାଙ୍କ ୨ ନାବାଳକ ପୁଅ ଉକ୍ତ ଯୁବକକୁ ପିଟିପିଟି ହତ୍ୟା କରିଛନ୍ତି  । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଶାସ୍ତ୍ରୀନଗର ଅଞ୍ଚଳରେ  । ଖବର ମୁତାବକ ନିଜ ମାଆଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଯୁବକକୁ ଦେଖି ମହିଳାଙ୍କ ଦୁଇ ନାବାଳକ ପୁଅ ଯୁବକକୁ ଖୁଣ୍ଟରେ ବାନ୍ଧି ଲୁହାରଡରେ ପିଟି ପିଟି ହତ୍ୟା କରିଛନ୍ତି । ମୃତ ଯୁବକର ନାଁ ସେକେଣ୍ଡ ମହାକୁଡ଼ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ସେକେଣ୍ଡ ମହାକୁଡ଼ର ଘରେ ସେକେଣ୍ଡ ସହିତ ନିଜ ମାଆକୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ  ଦୁଇ ନାବାଳକ ପୁଅ  । ସେକେଣ୍ଡକୁ ଦୁଇ ନାବାଳକ ଘୋଷାରି ଘୋଷାରି ନେଇ ଏକ ଖୁଣ୍ଟରେ ବାନ୍ଧି ଲୁହା ରଡରେ ପିଟିଥିଲେ । ପିଟି ପିଟି ଗୋଟିଏ ହାତ ଓ ଗୋଡ଼ ଭାଙ୍ଗିଦେଇଥିଲେ ଦୁଇ ନାବାଳକ । ଏହା ପରେ ନାବାଳକ ଦୁଇ ଜଣ ସେକେଣ୍ଡକୁ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ସେକେଣ୍ଡର ମୃତ୍ୟୁ ହୋଇଥିଲା ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚିଥିଲା  । ଏ ନେଇ ଯୋଡ଼ା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଗଟଣାର ତଦନ୍ତ ଚଳାଇଛି  । ଦୁଇ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଥିବାନେଇ ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ଏହି ସୂଚନା ଦେଇଛନ୍ତି ।