୧୭ ନକଲି ରେମଡେସିଭିର ଇଞ୍ଜେକ୍ସନ ଜବତ, ୨ ଗିରଫ

1 min read
Two men arrested for selling fake Remdisivir to people In Delhi

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ମାମଲା ପିକରେ ରହିଥିବା ବେଳେ ଅକ୍ସିଜେନ୍ ଓ ଔଷଧ ଅଭାବ ଲାଗି ରହିଛି । କୋଭିଡରୁ ଜୀବନ ବଞ୍ଚାଇବା ଲାଗି ଯେଉଁ କେତୋଟି ଔଷଧ ପ୍ରୟୋଗକୁ ଜରୁରୀ ଅନୁମତି ମିଳିଛି, ସେତକ ବି ମିଳୁନି । ଔଷଧ ଅଭାବର ଫାଇଦା ଉଠାଇଛନ୍ତି ଠକ । ମୃତ୍ୟୁ ସହ ମେଡିକାଲ୍ ବେଡରେ ଲଢ଼େଇ ଚାଲିଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି ।

ରେମଡେସିଭିର ଭଳି ଇଞ୍ଜେକ୍ସନ୍ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଛି । ଦିଲ୍ଲୀ କାହିଁକି ସାରା ଦେଶରେ ରେମଡେସିଭିରର ଢେର୍ ଚାହିଦା ରହିଛି । ହେଲେ କିଛି ଠକ୍ ରୋଗୀଙ୍କ ବିଶ୍ୱାସରେ ବିଷ ଦେଉଛନ୍ତି । ନକଲି ରେମଡେସିଭିର ଇଞ୍ଜେକ୍ସନ୍ ପ୍ରସ୍ତୁତ କରି ଲୋକଙ୍କୁ ଠକିବାରେ ଲାଗିଛନ୍ତି ।

Two men arrested for selling fake Remdisivir to people In Delhi

ଏଭଳି ଏକ ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସ । ଭାଏଲ୍ ପ୍ରତି ୩୫ ହଜାର ଟଙ୍କାରେ ନକଲି ରେମଡେସିଭିର ବିକ୍ରି ବେଳେ ଦିଲ୍ଲୀ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ଠାରୁ ୧୭ଟି ନକଲି ରେମଡେସିଭିର ଜବତ କରାଯାଇଛି । ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସମ୍ପୃକ୍ତ ? କେଉଁଠି ପ୍ରସ୍ତୁତ କରୁଥିଲେ ନକଲି ରେମଡେସିଭିର ? ଏସବୁ ଦିଗକୁ ନେଇ ଦିଲ୍ଲୀ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply