କେବିଏନ୍ ଗ୍ୟାଙ୍ଗର ୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଜାମିନ୍ ନାମଞ୍ଜୁର ପରେ ଗଲେ ଜେଲ୍
1 min read
ଭୁବନେଶ୍ୱର: ରାଜଧାନୀରେ KBN ଗ୍ରୁପର ଭିଡିଓ ଭାଇରଲ ଘଟଣା । ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଫେରାର ୨ ଅଭିଯୁକ୍ତ । ଚେଙ୍ଗ ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ ସନାତନ ବେହେରା ଆତ୍ମସମର୍ପଣ କରିଛନ୍ତି । ଜାମିନ ଆବେଦନ ଖାରଜ ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଅଭିଯୁକ୍ତଙ୍କୁ ପଠାଇ ଦିଆଯାଇଛି । ପୂର୍ବରୁ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୨୯ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ।
ଅନ୍ୟପଟେ ପୁଣି ଭାଇରାଲ ହୋଇଛି କେବିଏନ୍ ଗ୍ୟାଙ୍ଗର ଭିଡିଓ । ମାଉଜର୍ ଖଣ୍ଡା ପରେ ବିଚ୍ ରାସ୍ତାରେ ବାର୍ ଖୋଲିଛି ଗ୍ୟାଙ୍ଗ । ରାସ୍ତା ଉପରେ ଚାଲିଛି ମଦର ଆସର । ମଦ ପିଇ ହେଉଛନ୍ତି ମାତାଲ । ପୋଲିସକୁ ନାହିଁ ଭୟ । ପିସିଆର ଆସିଛି, ହେଲେ ପିସିଆର ଭ୍ୟାନ ସହ ଭିଡିଓ ସୁଟ୍ ହୋଇଛି । କେବଳ ଭିଡିଓ ସୁଟ୍ ନୁହେଁ, ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ ବି ହୋଇଛି ।