RBI ଆଗରେ EOW ଟିମ୍, ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ କରୁଛି ପଚରାଉଚରା
1 min read
ଭୁବନେଶ୍ୱର: ଭୁବନେଶ୍ୱର RBI ଆଗରେ EOW ଟିମ୍ । ୨୦ହଜାର ଟଙ୍କା ଧରିଥିବା ଲୋକଙ୍କୁ ପଚରାଉଚରା କରୁଛି ଟିମ୍ । ଟଙ୍କା କହାର ନେଇ ଚାଲିଛି ପଚରାଉଚରା । ମଜୁରୀ ଦେଇ ଟଙ୍କା ବଦଳ କରାଉଥିବା ଅଭିଯୋଗ ହୋଇଥିଲା । କିଛି ବ୍ୟବସାୟୀ ଏପରି କରୁଥିବା ଖବର ପ୍ରସାରଣ ହୋଇଥିଲା ।
ଏଥିପାଇଁ EOW ଟିମ୍ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ପଚରାଉଚରା କରୁଛି । କାହା ଟଙ୍କା ଧରି ଏମାନେ ଉଦୁଉଦିଆ ଖରାରେ ନୋଟ ବଦଳାଇବାକୁ ଲାଇନରେ ଠିଆ ହୋଇଛନ୍ତି ସେ ନେଇ ଉତ୍ତର ଖୋଜୁଛି EOW ।