ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

1 min read

ଛତିଶଗଡ଼: ଛତିଶଗଡ଼ର କୋଣ୍ଡାଗାଓ ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ବହୁ ମାଓବାଦୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଜୀବନ ଯାଇଛି। ତେବେ ଏଥିସହ ସୁରକ୍ଷାକର୍ମୀ ମାଓବାଦୀଙ୍କ ୩ଟି ବନ୍ଧୁକ ସହ ଅନ୍ୟ କେତେକ ମାରଣାସ୍ତ୍ର ଜବତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି.ସୁନ୍ଦରରାଜ।

କୋଆକୋଣ୍ଡାର ଏକ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ଖବର ପାଇ ଡିଷ୍ଟ୍ରିକ୍‌ଟ ରିଜର୍ଭ ଗାର୍ଡ (ଡିଆର୍‌ଜି) ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା । ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ । ଫଳରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀ ଗୁଳିରେ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଛନ୍ତି। ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ବୋଲି ସୂଚନା ଦେଇଛନ୍ତି ବସ୍ତାର ଆଇଜି ପି. ସୁନ୍ଦରରାଜ୍।

Leave a Reply