ବଚପନ କା ପ୍ୟାର୍ ଫେମର ସହଦେବଙ୍କ ମାସକୁ ଆୟ ୨ ଲକ୍ଷ, ରଖିଛନ୍ତି ଦୁଇ ଜଣ ମ୍ୟାନେଜର
ରାୟପୁର: ‘ବଚପନ୍ କା ପ୍ୟାର’ ଗୀତ ଗାଇ ଘରେ ଘରେ ବେଶ୍ ପରିଚିତ ହୋଇଥିବା ସହଦେବ ଦିରଦୋଙ୍କ ଜୀବନ ଏବେ ପୂରା ବଦଳିଯାଇଛି । ‘ବଚପନକା ପ୍ୟାର୍’ ଗୀତକୁ ନିଜ ଅନ୍ଦାଜରେ ଗାଇ ବେଶ୍ ଭାଇରାଲ ହୋଇଥିଲେ ସହଦେବ । ସୋସିଆଲ ମିଡିଆରେ ଷ୍ଟାର ପାଲଟିଯାଇଥିଲେ । ସହଦେବଙ୍କ ଏହି ଭିଡିଓକୁ ୨ କୋଟି ଭିୟ୍ୟୁ ମିଳିସାରିଛି। ରାପ ସୁପରଷ୍ଟାର ବାଦଶାହ ମଧ୍ୟ ସହଦେବଙ୍କ ଭିଡିଓରେ ଇମ୍ପ୍ରେସ ହୋଇ ତାଙ୍କ ସହ ‘ବଚପନ କା ପ୍ୟାର’ ଗୀତ ରେକର୍ଡ଼ିଂ କରିଥିଲେ। ଏହି ଗୀତକୁ ବର୍ତ୍ତମାନ ୟୁଟ୍ୟୁବରେ ୩୯ କୋଟିରୁ ଅଧିକ ଥର ଦେଖାସରିଲାଣି।
ଛତିଶଗଡ଼ର ସୁକମା ଜିଲ୍ଲାର ଉରମପାଳ ପରି ଛୋଟ ଗାଁର ଆଦିବାସୀ ପିଲା ସହଦେବଙ୍କ ଜୀବନ ଆଜି ପୂରା ପୂରି ବଦଳିଯାଇଛି । ବର୍ତ୍ତମାନ ତାଙ୍କର ୨ ଜଣ ପର୍ସନାଲ ମ୍ୟାନେଜରଅଛନ୍ତି । ଆଉ ସେମାନଙ୍କୁ ସହଦେବ ପ୍ରତି ମାସରେ ୩୨୦ ହଜାର ଟଙ୍କା ଲେଖାଏଁ ଦରମା ବି ଦେଉଛନ୍ତି । ମ୍ୟାନେଜର ପିଣ୍ଟୁ ମାନିକପୁରୀ ସହଦେବଙ୍କ ସମସ୍ତ କାମ ବୁଝାବୁଝି କରନ୍ତି। ଆଉ ରାଜେଶ ସୋରି ଭିଡିଓ ପ୍ଲାଟଫର୍ମ ‘ମୋଜ’ ପାଇଁ ରିଲ୍ ବନାନ୍ତି। କେବଳ ଏହି ୨ ଜଣ ନୁହଁନ୍ତି । ବାଦଶାହ ମଧ୍ୟ ନିଜଆଡ଼ୁ ସହଦେବଙ୍କ ପାଇଁ ଜଣେ ମ୍ୟାନେଜର ରଖିଛନ୍ତି । ଯିଏ କି ମୁମ୍ବାଇରେ ରହି ଅନ୍ତର୍ଜାତୀୟ କଣ୍ଟ୍ରାକ୍ଟ ଗୁଡ଼ିକୁ ସମ୍ଭାଳୁଛନ୍ତି ।
ଆଗକୁ ସହଦେବ ଜଣେ ସିଙ୍ଗର ହେବାର ସ୍ୱପ୍ନ ରଖିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇପାରିନାହିଁ। ସୁକମା ଜିଲ୍ଲାପାଳ ତାଙ୍କ ପାଇଁ ଉତ୍ତମ ସଂଙ୍ଗୀତ ଶିକ୍ଷା ବ୍ୟବସ୍ଥା କରୁଥିବା ସେ କହିଛନ୍ତି। ଆଗକୁ ସହଦେବ ଛତିଶଗଡ଼ର ପୂର୍ବ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ବାୟୋପିକରେ ତାଙ୍କର ପିଲାବେଳର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଏହାର ସୁଟିଂ ଚାଲିଛି। ଏହା ବ୍ୟତୀତ ‘ୟୁନିଭର୍ସାଲ ମ୍ୟୁଜିକ ଗ୍ରୁପ’ ସହ ୩ଟି ଗୀତର ଆଗ୍ରିମେଣ୍ଟ ବି ହୋଇଛି । ଏହା ବାଦ୍ ଏକ ବଲିଉଡ ଫିଲ୍ମ ପାଇଁ ମଧ୍ୟ କଥାବାର୍ତ୍ତା ଚାଲିଛି।
ମାସକୁ ରୋଜଗାର ୨ ଲକ୍ଷ ଟଙ୍କା:
ସୋସିଆଲ ମିଡିଆରେ ଷ୍ଟାର ହେବା ପରେ ସହଦେବ ‘ମୌଜ୍’ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁଯାୟୀ ସହାଦେବଙ୍କୁ ପ୍ରତି ମାସରେ ୪୦ଟି ଭିଡିଓ ଅପଲୋଡ୍ କରିବାକୁ ହେବ। ଆଉ ଏଥିପାଇଁ ତାଙ୍କୁ ମାସକୁ ୨ ଲକ୍ଷ ଟଙ୍କା ଦିଆଯାଉଛି। ଆଉ ଯଦି ଛଅ ମାସ ପର୍ଯ୍ୟନ୍ତ ଲଗାତାର ଭିଡିଓ ଅପଲୋଡ ହୁଏ, ତେବେ ମାସକୁ ୨ ଲକ୍ଷ ବଦଳରେ ଆପଣଙ୍କୁ ୪ ଲକ୍ଷ ଟଙ୍କା ମିଳିବ। ବର୍ତ୍ତମାନ, ସହଦେବଙ୍କର ‘ମୌଜ୍’ରେ ପାଖାପାଖି ୨ ଲକ୍ଷ ଫଲୋୟର୍ସ ଅଛନ୍ତି ।
ସେଲିବ୍ରିଟିଙ୍କୁ ପଛରେ ପକାଇଲେ ସହଦେବ:
ସାହଦେବ ଏକ NFT(Non-fungible token) ଲଞ୍ଚ କରିଛନ୍ତି | ଯାହାକୁ ମର୍ଡନ ଯୁଗର ନିଲାମ କୁହାଯାଇପାରେ। ଏହା ମାଧ୍ୟମରେ ଯେକେହି ସେମାନଙ୍କର ଡିଜିଟାଲ୍ ପେଣ୍ଟିଂ, ଗୀତ, ଫଟୋ, ଭିଡିଓ କିମ୍ବା ଆପ୍ ବିକ୍ରି କରିପାରିବେ। ଦୁନିଆର ଯେକୌଣସି ସ୍ଥାନରେ ବସିଥିବା ଜଣେ ବ୍ୟକ୍ତି ଏହାକୁ କିଣି ପାରିବେ। ସେଲେବ୍ରିଟିମାନେ ଏହା ମାଧ୍ୟମରେ ସେମାନଙ୍କର ଫଟୋ ଏବଂ ଭିଡିଓଗୁଡିକ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି । ବଲିଉଡ ସେଲେବ୍ରିଟିଙ୍କ ମଧ୍ୟରେ ସଲମାନ ଖାନ ଏବଂ ଅମିତାଭ ବଚ୍ଚନ NFT ଲଞ୍ଚ୍ କରିଛନ୍ତି। ବର୍ତ୍ତମାନ ଏହି ଧାରାରେ ସହଦେବଙ୍କ ନାମ ଯୋଡ଼ି ହୋଇଯାଇଛି।
