spot_img

Latest Posts

ସାମାନ୍ୟ ଟଙ୍କା ପାଇଁ ବ୍ୟବସାୟୀଙ୍କ ଗୋଡ଼ ହାତ ଭାଙ୍ଗିଦେଲେ ଦୁଇ ସାଥୀ ବ୍ୟବସାୟୀ

ଢ଼େଙ୍କାନାଳ: ସାମାନ୍ୟ ଟଙ୍କା ପାଇଁ ସାଥୀ ବ୍ୟବସାୟୀକୁ ଆକ୍ରମଣ । ଗୋଡ ହାତ ଭାଙ୍ଗି ପକାଇ ଚାଲିଗଲେ ଦୁଇ ସାଥୀ ବ୍ୟବସାୟୀ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅନ୍ତର୍ଗତ ଲତାବିଲ ଟୋଲଙ୍କବେରଣୀ ସାହିର ଶିଖର ବେହେରା ୪୬ ବୟସ,  ଲୁହା ଟିଣ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି।

କିଛି ମାସ ହେବ ଏହି ବ୍ୟବସାୟରେ ଆଉ ଦୁଇ ଜଣଙ୍କୁ ସାଥୀରେ ଧରି ବ୍ୟବସାୟ କରୁଥିଲେ । ସେମାନଙ୍କ ମଧ୍ୟରେ ଟଙ୍କା ଭାଗ ବଣ୍ଟାରେ ଶିଖର ବେହେରା ଉପରେ କିଛି ଟଙ୍କା ବାକି ରହିଥିଲା। ବାକି ପଡିରହିଥିବା ଟଙ୍କା ଆଦାୟ କରି ଦେବେ ବୋଲି ଶିଖର ବେହେରା ସାଥୀ ବ୍ୟବସାୟୀଙ୍କୁ କହିଥିଲେ।

କିନ୍ତୁ  ରାତି ୯ ଟା ସମୟରେ ଲତାବିଲ ଗ୍ରାମର ଜୈନିକ ମହାଜନ ପାଖକୁ ଟଙ୍କା ପାଇଁ ଯାଇ ଫେରୁଥିବା ବେଳେ ସାଥୀ ବ୍ୟବସାୟୀ ପିତ ଏବଂ ପ୍ରକାଶ ତାଙ୍କ ଉପରେ ଆକ୍ରମଣ କରିଥିଲେ  । ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରୁ ଶିଖର ବେହେରାଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତୀ କରାଇଥିଲେ। ଭୁବନ ପୋଲିସ୍ ଡାକ୍ତରଖାନାରେ ପହଞ୍ଚିଛି ଶିଖରଙ୍କଠାରୁ ବୟାନ ନେଇ ତଦନ୍ତ ଚଳାଇଛନ୍ତି ।

https://www.facebook.com/NandighoshaTV/videos/300795691115782/?t=3

Latest Posts

Don't Miss