ଓଡ଼ିଆ ଶ୍ରମିକ କାମ କରୁଥିବା ତାମିଲନାଡ଼ୁର କମ୍ପାନୀରେ ୨ ଶ୍ରମିକ ଗୋଷ୍ଠୀ ମୁହାଁମୁହିଁ
ତାମିଲନାଡ଼ୁ: ଉଥୁକୁଲି ସ୍ଥିତ ଅଖିଳ ପୋଷାକ ଏକ୍ସପର୍ଟ କମ୍ପାନୀରେ ଶ୍ରମିକଙ୍କ ୨ ଗୋଷ୍ଠୀ ମୁହାଁମୁହିଁ । କରୋନା ପରିସ୍ଥିତିରେ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଉଥିବ ବିଭିନ୍ନ ସୁବିଧାକୁ ନେଇ ମୁହାଁମୁହିଁ । ଗୋଟିଏ ଗୋଷ୍ଠୀ କମ୍ପାନୀ ପକ୍ଷରୁ ଯୋଗାଇଦିଆଯାଉଥିବା ସୁବିଧାକୁ ନେଇ ସନ୍ତୁଷ୍ଟ ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଛି । ଯାହାକୁ ନେଇ ଉଭୟ ଗୋଷ୍ଠୀ ପରସ୍ପର ମଧ୍ୟରେ ହାତାହତି ହୋଇଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଗୋଟିଏ ଗୋଷ୍ଠୀରେ ଥିବା ୯୯ ଜଣ କମ୍ପାନୀ କର୍ମଚାରୀ ମ୍ୟାନେଜମେଣ୍ଟର ସୁବିଧା ସୁଯୋଗକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଥିବା ୩୧୬ କର୍ମଚାରୀ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଧିକ ଭଲ ଖାଦ୍ୟ ଏବଂ ଔଷଧ ଯୋଗାଇବାକୁ ଦାବି କରିଥିଲେ । ଏ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ବଚସା ହେବାରୁ କମ୍ପାନୀ ମାନବ ସମ୍ୱଳ ମ୍ୟାନେଜରଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ସ୍ଥାନୀୟ ଆରଡିଓ ଏବଂ ଡିଏସ୍ପି ମାମଲାରେ ହସ୍ତକ୍ଷେପ କରିଥିଲେ । ବର୍ତ୍ତମାନ ପରିସ୍ଥିତି ଶାନ୍ତ ପଡ଼ିଥିବା ବେଳେ ଏ ନେଇ ମାମଲା ରୁଜୁ କରାଯିବା ସହ ତଦନ୍ତ ଚାଲିଥିବା ଓଡ଼ିଆ ଆଇପିଏସ୍ ଅଫିସର ଅମିତାଭ୍ ଠାକୁର ସୂଚନା ଦେଇଛନ୍ତି । ତେବେ ସେହି ଶ୍ରମିକମାନଙ୍କ ମଧ୍ୟରେ କିଛି ଓଡ଼ିଆ ଥିବା ନେଇ ସୂଚନା ରହିଛି ।