ବୋଲଗଡରେ ଗୁଳିମାଡ଼ ଏବଂ ଖଣ୍ଡା ଆକ୍ରମଣରେ ଦୁଇ ଗୁରୁତର

ଖୋର୍ଦ୍ଧା ବୋଲଗଡରେ ଫୁଟିଲା ଗୁଳି। ଗୁଳିମାଡ଼ ଏବଂ ଖଣ୍ଡା ଆକ୍ରମଣରେ ଦୁଇ ଗୁରୁତର। ବୋଲଗଡ଼ ଥାନା ହାଟବସ୍ତରେ ଗୁଳିମାଡ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଟୀ ମଧ୍ୟରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଗୁରୁତର ୨ ଯୁବକ ହେଲେ ବଡ଼କୁମାରି ଗାଁର ମାନସ ଜେନା ଓ ଟୁଲୁ ପରିଡା। ଉଭୟଙ୍କୁ ଗୁଳି ମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଅନ୍ୟ ଏକ ଗୋଷ୍ଠୀର ସଦସ୍ଯ। ଉଭୟଙ୍କ ଶରୀରର ବହୁସ୍ଥାନରେ ଗଭୀର କ୍ଷତ ରହିଛି। ଉଭୟଙ୍କୁ ପ୍ରଥମେ ସୁନାଖଳାରେ ଚିକିତ୍ସା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ବୋଗଡ ପୋଲିସ ପହଞ୍ଚି ଦୁର୍ବୃତ୍ତକୁ ଖୋଜାଖୋଜି ଜାରି ରଖିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ପୂର୍ବରୁ ବିଭିନ୍ନ ଗଣ୍ଡଗୋଳରେ ଉଭୟ ଗୋଷ୍ଠୀରୁ କିଛି ଦୁବୃର୍ତ୍ତ ଜେଲ ଜାଇ ଜାମିନରେ ଆସୁଥିବାର ସୂଚନା ମିଳିଛି।ପୋଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଗଣ୍ଡଗୋଳ ବଢୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।