କରୋନା ସଂକ୍ରମିତ ହେଲେ ୨ ହୋମଗାର୍ଡ, ରେଲୱେ ଷ୍ଟେସନରେ କରୁଥିଲେ ଡ୍ୟୁଟି
1 min readଭୁବନେଶ୍ୱର: ଆଗ ଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ କବଳିତ କରୁଛି କରୋନା । ଗଞ୍ଜାମ ଜିଲ୍ଲାରେ ୨ ଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ୨ ହୋମଗାର୍ଡ ପୋଲସରା ଥାନାର । ଜଗନ୍ନାଥପୁର ରେଲୱେ ଷ୍ଟେସନରେ ଡ୍ୟୁଟି କରୁଥିଲେ ।
ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଉଭୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରେ ସେମାନଙ୍କୁ ପାରଳା ମହାରାଜା କୋଭିଡ୍ ହସ୍ପିଟାଲ ଓ ଶିତଳାପଲ୍ଲୀ ଟାଟା କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ କମିଶନରେଟ ପୋଲିସରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କଠାରେ କରୋନା ଚିହ୍ନଟ ହୋଇଥିଲା ।
4 more positive cases have been detected today in Sonepur District. Two from Sonepur block, one each from Tarbha and Dunguripali. All were staying at TMC and are being shifted to Covid Health Centre. No need to panic
— Collector Subarnapur (@DM_Subarnapur) May 27, 2020
ସେପଟେ ସୁବର୍ଣ୍ଣପୁର ଜିଲ୍ଲାର କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୨ ଜଣ ସୋନପୁର ବ୍ଲକର ହୋଇଥିବା ବେଳେ ତରଭା ଓ ଡୁଙ୍ଗୁରୀପାଲୀର ଜଣେ ଲେଖାଏଁ ପଜିଟିଭ ଅଛନ୍ତି ।