spot_img

Latest Posts

ଦୁଇ SOG ଯବାନଙ୍କୁ ବଳିଦାନ ପାଇଁ ଶୌର୍ଯ୍ୟ ଚକ୍ର ,ମାଓବାଦୀଙ୍କ ସହ ସଂଘର୍ଷରେ ହୋଇଥିଲେ ସହିଦ

ଭୁବନେଶ୍ୱର: ଓଡ଼ିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ -SOGର ଦୁଇ ବୀର ଯବାନଙ୍କୁ ମିଳିଛି  ମରୋଣତ୍ତର  ଶୌର୍ଯ୍ୟ ଚକ୍ର ସମ୍ମାନ। ଶୌର୍ଯ୍ୟଚକ୍ର ପାଇଥିବା ଏହି ଦୁଇ ଯବାନ ହେଉଛନ୍ତି ସୁଧିର ଟୁଡୁ ଓ ଦେବାଶିଷ ସେଠୀ। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ସହିଦ ହୋଇଥିଲେ ଏହି ୨ ଏସଓଜି ଯବାନ। ମାଓବାଦୀଙ୍କ ସହ ଲଢେଇରେ ଦୁଇ ବୀର ଯବାନ ସହିଦ ହୋଇଥିବାବେଳେ ୫ ମାଓବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ସହିଦ ଯବାନଙ୍କ ଘର ହେଉଛି ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାରେ। ଦେବାଶିଷଙ୍କ ଘର ଅନୁଗୁଳ ଜିଲ୍ଲାର ରାଜକିଶୋରନଗରର ଅଙ୍ଗପଡ଼ାରେ ହୋଇଥିବା ବେଳେ ବାରିପଦା ସାନଭଦୁଆ ଗାଁ ହେଉଛି ସୁଧିର ଟୁଡୁଙ୍କ ଘର ।

ଦେବାଶିଷ ଥିଲେ ଘରର ବଡ ପୁଅ। ୨ ସାନ ଭାଇ ଓ ଜଣେ ସାନ ଭଉଣୀକୁ ନେଇ ଦେବାଶିଷଙ୍କ ପରିବାର। ନୂଆଖାଇ ପାଇଁ ଛୁଟିରେ ଘରକୁ ଆସିବେ ବୋଲି କହିଥିଲେ ଦେବାଶିଷ। ହେଲେ ଏହା ପୂର୍ବରୁ ମା, ମାଟି ପାଇଁ ସହିଦ ହୋଇଥିଲେ ଦେବାଶିଷ ।  ବାରିପଦା ସାନଭଦୁଆ ଗାଁରେ ସୁଧିର ଟୁଡୁଙ୍କ ଜନ୍ମ। ବାପା ସ୍ୱର୍ଗତ କୁଣ୍ଡିଆ ଟୁଡୁଙ୍କର ସେ ଥିଲେ ବଡ଼ପୁଅ। ଦୁର୍ଗାପୂଜାରେ ଘରକୁ ଆସିବେ ବୋଲି କହିଥିଲେ ସୁଧିର।

ସୂଚନାଯୋଗ୍ୟ ଯେ,ସେପ୍ଟେମ୍ବର ୧୦ ତାରିଖ ୨୦୨୦ରେ କଳାହାଣ୍ଡିରେ ହୋଇଥିବା ଏନକାଉଣ୍ଟରରେ ଏହି ଦୁଇ ଯବାନ ସହିଦ ହୋଇଥିଲେ । କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ଏସଓଜି ଅପରେସନ ପାଇଁ ପହଞ୍ଚିଥିଲା । ସଂଘର୍ଷରେ ୫ ଜଣ ମାଓବାଦୀ ମଧ୍ୟ ନିହତ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ୪ ଜଣ ମହିଳା ମାଓବାଦୀ ଥିଲେ ।

Latest Posts

Don't Miss