ପ୍ରାଣୀଉଦ୍ୟାନରେ ଜନ୍ମହେଲେ ଦୁଇଟି ଗୁରାଣ୍ଡି ଓ ଗୋଟିଏ ମଣିପୁରୀ ହରିଣ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର । ଆଜି ଗୋଟିଏ ଦିନରେ ଗୋଟିକ ପରେ ଗୋଟିଏ ବିରଳ ପ୍ରଜାତିର ଦୁଇଟି ତୃଣଭୋଜି ପ୍ରାଣୀ ଜନ୍ମ ହୋଇଛନ୍ତି । ଏନେଇ ପ୍ରାଣୀ ଉଦ୍ୟାନରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀଉଦ୍ୟନର ଗୁରାଣ୍ଡି ଖୁଆଡ଼ରେ ଆଜି ଛୁଆଟି ଜନ୍ମ ଗ୍ରହଣ କରିଥିଲା । ଗତ କିଛି ଦିନ ତଳେ ଏହି ଖୁଆଡ଼ରେ ଗୋଟେ ଗୁରାଣ୍ଡି ଗୋଟିଏ ଛୁଆକୁ ଜନ୍ମ ଦେଇଥିବା ବେଳେ କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଏକ ଶାବକ ଜନ୍ମ ଗ୍ରହଣ କରିଛି ।

ବର୍ତ୍ତମାନ ନନ୍ଦନକାନନରେ ଏହି ନବଜନ୍ମିତ ସାବକକୁ ମିଶାଇ ଗୁରାଣ୍ଡିଙ୍କ ସଂଖ୍ୟା ୧୭କୁ ଵୃଦ୍ଧି ପାଇଛି । ସେହିପରି ଆଜି ପୂର୍ବାହ୍ନରେ ଏକ ମଣିପୁରୀ ହରିଣ ମଧ୍ୟ ତାର ସାବକକୁ ଜନ୍ମ ଦେଇଛି । ନବଜନ୍ମିତ ଉଭୟ ଗୁରାଣ୍ଡି ଓ ମଣିପୁରୀ ହରିଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ନନ୍ଦନକାନନ ଉପ ନିର୍ଦେଶକ ବିମଳ ଆଚାର୍ଯ୍ୟ ସୂଚନା  ଦେଇଛନ୍ତି । ନନ୍ଦନକାନନରେ ଜନ୍ମିତ ମଣିପୁରୀ ହରିଣକୁ ମିଶାଇ ସଂଖ୍ୟା ୧୫ କୁ ଵୃଦ୍ଧି ପାଇଛି ।

Leave a Reply