ଭୁବନେଶ୍ବରରୁ କାବୁ ହେଲେ ଦୁଇ ସନ୍ଦିଗ୍ଧ ମହିଳା

ଭୁବନେଶ୍ବର : ଭୁବନେଶ୍ବର ରସୁଲଗଡ଼ ଶବରସାହିରେ ଧରାହେଲେ ଦୁଇ ସନ୍ଦିଗ୍ଧ ମହିଳା । ଗେଟ ଖୋଲି ଘରେ ପଶୁଥିବା ବେଳେ ଦୁଇ ମହିଳା ଧରାହୋଇଛନ୍ତି । ସେମାନଙ୍କୁ କାବୁ କରି ପୋଲିସକୁ ଦେଇଛନ୍ତି ଲୋକ । ଭିକ୍ଷା ମାଗିବା ଆଳରେ ଦୁଇ ମହିଳା ଘରେ ପଶୁଥିବା ସୂଚନା ମିଳିଛି ।
ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ମଞ୍ଚେଶ୍ବର ଥାନା ପୋଲିସ । ଦୁଇ ମହିଳା ରାଜ୍ୟ ବାହାରର ହୋଇଥିବା ସୂଚନା ମିଳିଛି ।