ବଜ୍ରପାତରେ ଚାଲିଗଲା ଦୁଇ ଚାଷୀଙ୍କ ଜୀବନ

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ବଜ୍ରପାତ । ଚାଲିଗଲା ଦୁଇ ଜଣ ଭାଗ ଚାଷୀଙ୍କ ଜୀବନ । ମୃତ ଚାଷୀ ଦ୍ବୟ ଡୁମାପଦା ଗାଁର ବୋଲି ଜଣାପଡ଼ିଛି । ବିଲରେ କାମ କରୁଥିବା ବେଳେ ଦୁଇ ଭାଗଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଭୁଡୁରୁବଣି ଗାଁର ଗୋବିନ୍ଦ ଏବଂ ଶଙ୍ଖଯୋଡ଼ ଗାଁର ଶିବ ହାଁସଦା ।

ଉଭୟ ଡୁମାପଦା ଗାଁର ଉମେଶ ଚନ୍ଦ୍ର ମହାନ୍ତଙ୍କ ବିଲକୁ ଭାଗ ସୂତ୍ରରେ ନେଇ ଚାଷ କରିଥିଲେ । ଆଜି ଅପରାହ୍ନରେ ଉଭୟ ବିଲରେ କାମ କରିବାକୁ ଯାଇଥିଲେ । ଉଭୟ ପାଖାପାଖି ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରାପାତ ଘଟିଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।