ଆନ୍ଦୋଳନରତ ସ୍ଥଳରେ ଦୁଇ ଚାଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ଆନ୍ଦୋଳନରତ ସ୍ଥଳରେ ଚାଷୀଙ୍କ ମୃତ୍ୟୁ । ସୋନିପତର କୁଣ୍ଡଳୀ ସୀମାରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ପ୍ରବଳ ଥଣ୍ଡାରେ ହୃଦଘାତ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀର ସିଂଘୁ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ କୁଣ୍ଡଳୀରେ ମଧ୍ୟ ଚାଷୀ ଧାରଣାରେ ବସିଛନ୍ତି । ଗତକାଲି ସିଂଘୁ ସୀମାରେ ଜଣେ ଚାଷୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ମୃତ ବ୍ୟକ୍ତିଙ୍କ ନିକଟରୁ ଏକ ଚିଠି ଜବତ କରାଯାଇଛି । ଏହି ଚିଠି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଜଣାପଡିଛି । କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଚାଷୀ । ଆଇନ ପ୍ରତ୍ୟାହାର ନହେବା ଯୋଗୁଁ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply