ଜଳ ପ୍ରପାତରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ସମ୍ବଲପୁର: ମଉଜ ଡାକି ଆଣିଲା ମୃତ୍ୟୁ । ଜଳ ପ୍ରପାତରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର । ପିକନିକ୍ ପାଇଁ ଯାଇଥିବା ବେଳେ ଯୁଯୁମୁରା ଦେବଝରଣ ଜଳପ୍ରପାତରେ ଅଘଟଣ ଘଟିଛି । ଗାଧୋଇବା ବେଳେ ଗଭୀର ଜଳରାଶିକୁ ଗୋଡ଼ ଖସି ମୃତ୍ୟୁବରଣ କରିଛନ୍ତି ୨ ଇଞ୍ଜିନିୟରିଂ ଛାତ୍ର ।ବୁର୍ଲା ଭିସୁଟ୍ କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ପ୍ରାୟ ୪୦ଜଣ ଛାତ୍ର ଆଜି ଦେବଝରଣ ଜଳପ୍ରପାତକୁ ପିକନିକ୍ ଯାଇଥିଲେ । ଗାଧୋଇବା ବେଳେ ହଠାତ୍ ଗଭୀର ଜଳକୁ ୨ ଜଣ ଛାତ୍ର ଖସି ପଡ଼ିଥିଲେ । ସେଠାରେ ଭୋଜି ପାଇଁ ଯାଇଥିବା ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି । ଯୁଯୁମୁରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ ୨ ଛାତ୍ର ହୀରାକୁଦ ହିଣ୍ତୋଳକୋ କଲୋନୀର ଅଭିଜିତ ସାମଲ ଓ ଆଉ ଜଣେ ମଧ୍ୟ ପ୍ରଦେଶର ସ୍ୱରୂପ ରଞ୍ଜନ ଦେହୁରିଆ ।

Leave a Reply