ପାଚେରୀ ଭାଙ୍ଗି ନନ୍ଦନକାନନ ଭିତରକୁ ପଶିଲେ ୨ ଚନ୍ଦକା ଜଙ୍ଗଲୀ ହାତୀ

ଭୁବନେଶ୍ୱର: ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଙ୍ଗିଲା ପାଚେରୀ । ପଛପଟ ଗେଟର ପାଚେରୀ ଭାଙ୍ଗି ନନ୍ଦନକାନନ ଭିତରକୁ ପଶିଲେ ୨ ଚନ୍ଦକା ଜଙ୍ଗଲୀ ହାତୀ। ହାତୀ ଘଉଡାଇବାକୁ ଯାଇ ନନ୍ଦନକାନନ ବନବିଭାଗ କର୍ମଚାରୀ ହୋଇଛନ୍ତି ନାକେଦମ। ଜଙ୍ଗଲୀ ହିଂସ୍ର ହାତୀ ମାଖେନା ଅନେକ ଥର ନନ୍ଦନକାନନ ଓ ବୋଟାନିକାଲ ଗର୍ଡେନର ପାଚେରୀ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି ।

ହେଲେ ଏଥର ୨ଟି ହାତୀ ପାଚେରୀ ଭାଙ୍ଗି ପଶିଥିବା ବେଳେ ଜନ୍ତୁ ଖୁଆଡ଼କୁ କିପରି ପ୍ରବେଶ ନକରିବେ ସେଥିପ୍ରତି ବନବିଭାଗ ନଜର ରଖିବା ସହ ୪ ରୁ ୫ଘଣ୍ଟା ପରେ ହାତୀ ଘଉଡାଇବାରେ ସଫଳ ହୋଇଥିଲା । ଆଜି ସକାଳୁ ପୁଣି ପଛ ପାଚେରୀ ଦେଇ ହାତୀ ପଶିଥିବା ବେଳେ ନନ୍ଦନକାନନର ପୋଶା ହାତୀ ସହଯୋଗରେ ବାହାର କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave a Reply