କ୍ୟାପିଟାଲ୍ ହସ୍ପିଟାଲର ୨ ଜଣ ଡାକ୍ତର କରୋନା ସଂକ୍ରମିତ

1 min read
Two Doctor Of Capital Hospital Tested Positive For Covid19

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ । ବାଦ୍ ପଡୁନାହାନ୍ତି କରୋନା ଯୋଦ୍ଧା । ଅନ୍ୟପଟେ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ଓ ବିମାନବନ୍ଦରରୁ ନିୟମିତ ଭାବେ ଯାତ୍ରୀ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଯାହା ଚିନ୍ତା ବଢ଼ାଉଛି । ଏପ୍ରିଲ୍ ୩ ତାରିଖରୁ ଆଜି ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରୁ ମୋଟ ୨୧ଜଣ ଯାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଯାତ୍ରୀଙ୍କ ମଧ୍ୟରୁ ମହାରାଷ୍ଟ୍ର ଫେରନ୍ତା ସର୍ବାଧିକ ଥିବା ବେଳେ ଦିଲ୍ଲୀ ଓ ବେଙ୍ଗଳୁରୁରୁ ଆସିଥିବା ଯାତ୍ରୀ ସଂକ୍ରମିତି ଚିହ୍ନଟ ହୋଇଛନ୍ତି । ଜଣେ ରେଳ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି ।

Two Doctor Of Capital Hospital Tested Positive For Covid19

ଏସବୁକୁ ଦୃଷ୍ଟିରେ ରଖି ତଥା ରାଜ୍ୟ ସରକାରଙ୍କ ନିର୍ଦେଶନାମା ପ୍ରକାରେ ରେଳଷ୍ଟେସନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଷ୍ଟେସନ୍ ନିର୍ଦ୍ଦେଶକ । ସେପଟେ କ୍ୟାପିଟାଲ ହସ୍ପିଟାଲରେ ଗତ ୨ ଦିନରେ ଦୁଇଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଭେଷଜ ଓ ଅନ୍ୟଜଣେ ଶଲ୍ୟ ବିଭାଗର ଡାକ୍ତର ହୋଇଥିବା ବେଳେ ଉଭୟଙ୍କୁ ସଙ୍ଗରୋଧରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର RTPCR ଟେଷ୍ଟ କରାଯାଇଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଅବଶିଷ୍ଟ କର୍ମଚାରୀଙ୍କର ଖୁବଶୀଘ୍ର ଟେଷ୍ଟ କରାଯିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Two Doctor Of Capital Hospital Tested Positive For Covid19

ଅନ୍ୟପଟେ କେନ୍ଦ୍ର ଭ୍ୟାକ୍ସିନ୍ ଦେଉନଥିବା ଖବର ପରେ ଭୁବନେଶ୍ୱରର ବିଭିନ୍ନ ଟିକାକରଣ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଛି । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ପ୍ରତିକ୍ରିୟା ରଖିଛନ୍ତି । ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଛି । ସରକାରୀ ଓ ଘରୋଇ ମୋଟ ୬୩ଟି କେନ୍ଦ୍ରରେ ଟିକା ଦିଆଯାଉଛି । ବର୍ତ୍ତମାନ ଆମ ପାଖରେ ୧ ଲକ୍ଷ ଟୀକା ମହଜୁଦ୍ ଅଛି । ଯାହା ଅନ୍ୟୁନ ଏକ ସପ୍ତାହ ଚାଲିବ, କୋଭାକ୍ସିନର ଅଭାବ ନାହିଁ । ଏଣୁ ଆତଙ୍କିତ ବା ତରବରିଆ ହୋଇ ଟିକା କେନ୍ଦ୍ରରେ ଗହଳି ନ କରିବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave a Reply