ଦୁଃଖ ଦେଲା ଦୀପାବଳି; ବାଣ ଫୁଟାଇବା ବେଳେ ଅଘଟଣ, ୨ ମୃତ

Two Died In Dhenkanal And Kendrapada Diwali Celebration

ଢେଙ୍କାନାଳ/ଟାଙ୍ଗୀ/କେନ୍ଦ୍ରାପଡ଼ା: ଆଲୋକର ପର୍ବ ଦୀପାବଳିରେ ଅଘଟଣ । ଦୁଃଖ ଦେଲା ଦୀପାବଳି । ବାଣ ଫୁଟାଇବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ବିଭିନ୍ନ ସ୍ଥାନରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ବାରଦା ଗାଁରେ ବାଣ ଫୁଟାଇବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି ।

ମୃତକ ଗେଙ୍ଗୁଟିଆ ବାରଦା ଗାଁର ମହେଶ୍ୱର ମହାରଣା ବୋଲି ଜଣାପଡ଼ିଛି । ବିରେନ ନାୟକ ଓ ପ୍ରସନ୍ନ କୁମାର ବ୍ରହ୍ମା ଗୁରୁତର ଆହାତ ହୋଇଛନ୍ତି । ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବରୁଣପଡ଼ା ଗାଁରେ ଜଣେ ଯୁବକଙ୍କ ହାତରେ ବାଣ ଫୁଟି ଯାଇଛି । ଗୁରୁତର ବାଦଲ ଘଡ଼ାଇଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଯୁଇଦାସପୁରରେ ବାଣ ବିସ୍ପୋରଣ ହୋଇଛି । ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି । ମୃତକ ବାଣ କାରିଗର କୃଷ୍ଣଚନ୍ଦ୍ର ନାୟକ । ବାଣ ତିଆରି ବେଳେ ନିଆଁ ଲାଗି ଚାଳ ଛପର ଘର ଜଳି ଯାଇ ବିସ୍ଫୋରଣ ଘଟିଛି । ଅନ୍ୟପଟେ ପାଟକୁରା ତିରିଣିଆରେ ହାତରେ ବାଣ ଫୁଟି ଯୁବକ ଗୁରୁତର ହୋଇ ପଡ଼ିଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Leave a Reply