ବାଲିଯାତ୍ରା ଦେଖିବାକୁ ଯାଇଥିଲେ, ଶେଷଯାତ୍ରାରେ ଶ୍ମଶାନ ଗଲେ ଦୁଇ ସାଙ୍ଗ

1 min read

କଟକ: ବାଲିଯାତ୍ରା ହେଲା ଜୀବନର ଶେଷଯାତ୍ରା। ପାରାଦ୍ବୀପରୁ ବାଲିଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଚଣ୍ଡିଖୋଲ-ପାରାଦ୍ବୀପ ୫୩ ନମ୍ବର ଜାତୀୟ ରାଜପଥର କଳାଗଡ-ଜୟଚନ୍ଦ୍ରପୁର ମଝିରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି ।

ମୃତକ କରଞ୍ଜ ଗାଁର ରଞ୍ଜନ ଶତପଥୀଙ୍କ ପୁଅ ମହେନ୍ଦ୍ର ଶତପଥୀ ଓ କରୁଣାକର ଦାସଙ୍କ ପୁଅ ଚତୁର୍ଭୁଜ ଦାସ ବୋଲି ଜଣାପଡିଛି । ଦୁଇଜଣ ସାଙ୍ଗ ହୋଇ ପାରାଦ୍ୱୀପ ବାଲିଯାତ୍ରା ଦେଖିବାକୁ ଯାଇଥିଲେ । ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ପଛପଟରୁ ଧକ୍କା ଦେଲା ଅଜଣା ଗାଡି । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି ।

ଖବରପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଦୁଇ ମୃତକଙ୍କ ଘର କରଞ୍ଜ ହୋଇଥିବାରୁ ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି ।