ଶ୍ରାବଣ ଶେଷ ସୋମବାରରେ ଅଘଟଣ, ପଥର ଖସି ଶ୍ରଦ୍ଧାଳୁ ମୃତ

ଶ୍ରୀନଗର: ଶ୍ରାବଣ ଶେଷ ସୋମବାରରେ ଶିବଖୋଡି ଗୁମ୍ଫା ନିକଟରେ ଅଘଟଣ  । ଜମ୍ମୁ କାଶ୍ମୀରରେ ଭୂସ୍ଖଳନ ଘଟି ଦୁଇ ଶିବଭକ୍ତ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ଜଣେ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି  । ଦୁଇ ମୃତକଙ୍କ ପରିଚୟ ମିଳିଛି  । ଜଣେ ତୀର୍ଥଯାତ୍ରୀ ଉତ୍ତର ପ୍ରଦେଶର ହୋଇଥିବାବେଳେ ଅନ୍ୟଜଣେ ଜମ୍ମୁ କାଶ୍ମୀର ରାଜୌରୀ ଜିଲ୍ଲାର ଜଣାପଡିଛି  ।

ଶିବଖୋଡିର ପାରମ୍ପରିକ ଗୁମ୍ଫା ନିକଟରେ ଦୁଇ ଶ୍ରଦ୍ଧାଳୁଙ୍କ ଉପରେ ପଥର ପଡି ଯାଇଥିଲା  । ଘଟଣାସ୍ଥଲରେ ହିଁ ଦୁଇଜଣ ପ୍ରାଣ ହରାଇଛନ୍ତି  । ଆହତ ଶ୍ରଦ୍ଧାଳୁ ଜଣକ ଉତ୍ତର ପ୍ରଦେଶ ଗୋରଖପୁରର ହୋଇଥିବା ଜଣାପଡିଛି  ।

ଜମ୍ମୁ ସଂଭାଗରେ ରିୟାସୀ ସ୍ଥିତ ଭଗବାନ ଶିବଙ୍କ ମହତ୍ତ୍ବ ରହିଛି  । ଶ୍ରୀ ଶିବଖେଡି ଧାମରେ ଭଗବାନ ଶିବ ଭସ୍ମାସୁରର ବଧ କରିଥିବା ଲୋକକଥା ରହିଛି  । ଗୁମ୍ଫା ଭିତରେ ୩ ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି । ପୁରୁଣା ଗୁମ୍ଫା ଭିତରକୁ ଯିବା ରାସ୍ତା ସଂକୀର୍ଣ୍ଣ ସହ ବିପଦପୂର୍ଣ୍ଣ ରହିଛି  । ଆଜି ସ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ଶିବଖୋଡି ଗୁମ୍ଫା ନିକଟରେ ଶିବ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା  ।