ଜନବସତି ମୁହାଁ ବନ୍ୟ ଜନ୍ତୁ, ହାତୀ ଓ ଭାଲୁ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ

ହିନ୍ଦୋଳ/ଭୁବନ: ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଗଜରାଜ ଆତଙ୍କ । ହାତୀ ଆକ୍ରମଣରେ ଜଣେ ମୃତ । ସୂଚନା ଅନୁସାରେ ଗତକାଲି ରାତିରେ ୪୦ଟିକିଆ ହାତୀପଲ ରାଶୋଳ ସେକ୍ସନ ବଳିକିଆରି ଗାଁରେ ପଶିଥିଲେ । ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ଏତିକି ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ ଜଣେ ବ୍ୟକ୍ତି ଅଜୟ ରାଉତ ।

ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହାତୀ ପଲ ଏବେବି ଗାଁ ଆଖପାଖରେ ବୁଲୁଥିବାର ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଉଦ୍ୟମ ଜାରି ରହିଛି । ହାତୀପଲଙ୍କୁ ନେଇ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଅନ୍ୟପଟେ ଭାଲୁ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଗାଁର ନରହରି ମହାନ୍ତି ସନ୍ଧ୍ୟାରେ ବିଲରୁ ଫେରୁଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ । ରାତିରେ ନରହରୀ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ରାତି ୧୧ଟା ବେଳେ ମୁଣ୍ଡା ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଥିଲେ ।

Leave a Reply