ନୋହିଲା ଜଗା ଦର୍ଶନ, ଅଧା ରାସ୍ତାରେ ଛକି ବସିଥିଲା ମୃତ୍ୟୁ

1 min read

ବଲାଙ୍ଗିର: ଜଗା ଦର୍ଶନ ପାଇଁ ହସଖୁସିରେ ଘରୁ ପୁରୀ ବାହାରିଥିଲେ ସପରିବାର । ସମସ୍ତଙ୍କ ମନରେ ଥିଲା ଅପୂର୍ବ ଆନନ୍ଦ, ଉଲ୍ଲାସ । ପୁରୀ ପହଞ୍ଚିବେ, କାଳିଆକୁ ଦେଖିବେ । ହେଲେ, ଏହି ଆଶା ଆଶାରେ ରହିଯାଇଛି । ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବଲାଙ୍ଗିର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଟ୍ରକ୍ ଭଙ୍ଗାରୁଜା କରିଛନ୍ତି ।

ଭୋରରୁ ପାଟଣାଗଡ଼ ଘୁମେର ଗାଁର ୯ଜଣ ବୋଲେରୋ ଯୋଗେ ପୁରୀ ଯାଉଥିଲେ । ବୋଲେରୋଟି ବଲାଙ୍ଗିର-ସୋନପୁର ରାସ୍ତାର ବୈରାସରେ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ମୃତକ ତମିଆ ଗାଁର ତେଜରାଜ ସାହୁ ଓ ଶକୁନ୍ତଳା ସାହୁ ବୋଲି ଜଣାପଡ଼ିଛି ।

https://www.facebook.com/nandighoshatv/videos/559164088007400/

Leave a Reply