ପଞ୍ଚମବଙ୍ଗର ବର୍ଦ୍ଧମାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହି ବସର ବ୍ରେକ ଫେଲ ହୋଇଯିବାରୁ ଓଲଟିପଡ଼ିଲା ବସ୍ । ଦୁଇ ଜଣଙ୍କର ମୃତ୍ୟୁ । ୪୦ରୁ ଅଧିକ ଗୁରୁତର । ବସ ତଳେ ଲୋକେ ଚାପି ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ସୂଚନାନୁସାରେ ବର୍ଦ୍ଧମାନ ଜିଲ୍ଲାର ନନଗର୍ ରୋଡରେ ଏକ ଯାତ୍ରୀବାହି ବସ୍ ଦ୍ରୁତ ଗତିରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ରୋଡ ଉପରେ ହଠାତ ଓଲଟି ପଡ଼ିଥିଲା ।

ବସ ଉପରେ ବସିଥିବା ଲୋକମାନେ ତଳକୁ ଖସିପଡିଥିଲେ । ତାଙ୍କ ଉପରେ ବସଟି ଓଲଟି ପଡ଼ିଥିଲା । ବସ୍ ଚାଳକ ସହ ବସ୍ ଭିତରେ ଥିବା ୪୦ ଜଣ ଗୁରୁତର ଆହତ ହୋଇଛନ୍ତି  । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଆହତଙ୍କ ଅବସ୍ଥା ସଙ୍କଟନାପନ୍ନ ଥିବା କୁହାଯାଉଛି । ଘଟଣାର ସିସିଟିଭି ଫୁଟେଜରେ ଭୟାନକ ଦୁର୍ଘଟଣାର ଫୁଟେଜ ଦେଖିବାକୁ ମିଳିଛି ।