ପାରାଦ୍ଵୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ‘ସାଗର କବଚ-୧’

1 min read

ପାରାଦ୍ଵୀପ: ପାରାଦ୍ଵୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ‘ସାଗର କବଚ-୧’ ଆରମ୍ଭ ହୋଇଛି । ୨୬.୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ। ଚଳିତ ବର୍ଷର ପ୍ରଥମ ସମରାଭ୍ୟାସ ‘ସାଗର କବଚ-୧’ ଦୁଇଦିନ ଧରି ଗଭୀର ସମୁଦ୍ରରେ ଆରମ୍ଭ ହୋଇଯାଇଛି। ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ରୁ ଉର୍ଦ୍ଧ୍ବ ବିଭାଗ।

ଗଭୀର ସମୁଦ୍ରରେ ନୌସେନା, କୂଳରେ କୋଷ୍ଟଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ଯ ବିଭାଗ ପଇଁତରା ମାରିବା ସହିତ ଅନ୍ୟବିଭାଗ ଗୁଡିକ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି। ପାରାଦୀପର ବିଭିନ୍ନ ସମ୍ବେଦନଶୀଳ ଅଂଚଳ ମାନଙ୍କରେ ସୁରକ୍ଷା କର୍ମୀମାନେ ସଜାଗ ରହିଥିବା ଦେଖିବାକୁ ମିଳିଛି ।