ହୋଲି ପାଇଁ ପାକିସ୍ତାନରେ ୨ଦିନ ସରକାରୀ ଛୁଟି
ହୋଲି ପାଇଁ ବଡ଼ ଘୋଷଣା । ପାକିସ୍ତାନର ବାଲୁଚିସ୍ତାନ ସରକାର ହୋଲି ପାଇଁ ଦୁଇଦିନର ଛୁଟି ଘୋଷଣା କରିଛନ୍ତି । ଏହାସହ ଏହି ରଙ୍ଗର ପର୍ବର ହୋଲିକୁ ପ୍ରେମ ଓ ଭାଇଚାରାର ସହ ମନେଇବାକୁ ଅନୁରୋଧ କରୁଛନ୍ତି । ହିନ୍ଦୁମାନଙ୍କ ପାଇଁ ଦୁଇ ଦିନିଆ ଛୁଟି ଘୋଷଣା କରିଛନ୍ତି ବାଲୁଚିସ୍ଥାନର ମୁଖ୍ୟମନ୍ତ୍ରୀ ଜାମ କମାଲ ଖାନ୍ ।
ହୋଲିରେ ବାଲୁଚିସ୍ତାନ ହିନ୍ଦୁମାନଙ୍କୁ ଛୁଟି ଦେଇ ଧାର୍ମିକ ସମନ୍ୱୟର ଏକ ଉଦାହରଣ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଜାମ କମଲ ଖାନ କହିଛନ୍ତି, “ଦେଶ ତଥା ରାଜ୍ୟର ପ୍ରଗତିରେ ହିନ୍ଦୁ ସମ୍ପ୍ରଦାୟର ବିଶେଷ ଅବଦାନ ରହିଛି । ତେଣୁ ଧାର୍ମିକ ସ୍ୱାଧୀନତା ଏବଂ ସମାନତା ପାଇଁ ସେମାନଙ୍କର ଅଧିକାର ଅଛି। ”
କେବଳ ସେତିକି ନୁହେଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଆଜି ହୋଲି ପାଇଁ ହିନ୍ଦୁ ସମୁଦାୟଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍ କରି କହିଛନ୍ତି, ‘ଆମର ସମସ୍ତ ହିନ୍ଦୁ ସମ୍ପ୍ରଦାୟକୁ ବହୁତ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ହୋଲିର ଶୁଭେଛା ଜଣାଉଛି ।’