କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିସ ଅଧିକାରୀ ନିଲମ୍ବିତ

1 min read

ପୁରୀ: କାର୍ଯ୍ୟରେ ଅବହେଳାରୁ ସସପେଣ୍ଡ ହେଲେ ପୋଲିସ ଅଧିକାରୀ । ପୁରୀର ୨ ପୋଲିସ ବାବୁଙ୍କ ବିରୋଧରେ ହେଲା ଦୃଢ଼ କାର୍ଯ୍ୟାନୁଷ୍ଠାନ । କୃଷ୍ଣପ୍ରସାଦ ଥାନା ASI ଈଶ୍ୱରଚନ୍ଦ୍ର ଗୁମାନସିଂହ ସସପେଣ୍ଡ ପରେ ଗିରଫ ହୋଇଛନ୍ତି । ଫୁଡ୍ ଭେଣ୍ଡରଠାରୁ ୭ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ପରେ ତଦନ୍ତ ହୋଇଥିଲା । ଦୋଷୀ ପ୍ରମାଣିତ ହେବା ପରେ ତାଙ୍କୁ ପ୍ରଥମେ ସସପେଣ୍ଡ ପରେ ଗିରଫ କରାଯାଇଛି ।

Two Cops Of Puri Suspends For Negligence In Work

ସେହିପରି ପୁରୀ ସଦର ଥାନା ଏସଆଇ ଅତସୀ ଜେନା ବି ସସପେଣ୍ଡ ହୋଇଛନ୍ତି । କିଛି ଦିନ ତଳେ ଏକ ଜୁଆ ଆଡ୍ଡାରେ ଚଢାଉ କରିଥିଲେ ଅତସୀ । ହେଲେ ଚଢାଉ ପରେ କୌଣସି ମାମଲା ହୋଇନି, ଉପରିସ୍ଥ ଅଧିକାରୀଙ୍କୁ ରେଡ୍ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନଥିବା ଅଭିଯୋଗ ପରେ ତଦନ୍ତ ହୋଇଥିଲା ।

ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ଆଧାରରେ ତାଙ୍କ ବିରୋଧରେ ହୋଇଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ପୁରୀ ଏସପି କନୱର ବିଶାଲ ସିଂ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି ।

Leave a Reply