ରାଜ୍ୟରେ ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଶିଶୁ, ଝାରପଡା କରୋନା ମୃତକଙ୍କ ସଂପର୍କୀୟ

1 min read

ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟର ଦୁଇ ଜଣ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆଜି ରଜ୍ୟ ସୂଚନା ବିଭାଗ ତରଫରୁ ଜାରି ବିଜ୍ଞପ୍ତିରେ ଏନେଇ ବିସ୍ତୃତ ତଥ୍ୟ ଦିଆଯାଇଛି । ଓଡ଼ିଶା ସରକାରଙ୍କ ଅନୁସାରେ ରାଜ୍ୟର ୪୮ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁକନ୍ୟା । ଏହି ଦୁଇ ଜଣଙ୍କ ସଂପର୍କ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତଙ୍କ ସହ ଥିଲା ।

https://youtu.be/wsf7f5npitA

ସୂଚନାଯୋଗ୍ୟ ଯେ,ଏପ୍ରିଲ ୬ ତାରିଖ ଦିନ ୪୨ ନମ୍ବର ସଂକ୍ରମିତଙ୍କ ଏମସ୍ ହସ୍ପିଟାଲରେ ପରଲୋକ ହୋଇଥିଲା । କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଏହି ଦୁଇ ଶିଶୁକନ୍ୟା ତାଙ୍କର ଅତି ନିକଟ ସଂପର୍କୀୟ । ଦୁଇ ଶିଶୁକନ୍ୟାଙ୍କ ସହ ସେମାନଙ୍କର ୩୭ ବର୍ଷୀୟା ମା’ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଦୁଇ ଶିଶୁକନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୫ ହୋଇଥିବା ବେଳେ ଆଉ ଜଣକର ବୟସ ୯ ବର୍ଷ ବୋଲି ଜଣା ପଡିଛି ।

ଏମ୍ସରେ ପ୍ରାଣ ହରାଇଲେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ

ରାଜ୍ୟ ସୂଚନା ବିଭାଗ ଦ୍ୱାରା ଦିଆଯାଇଥିବା ଟ୍ରାଭେଲ ହିଷ୍ଟ୍ରି ଅନୁସାରେ ମା’ ଓ ଦୁଇ କନ୍ୟା ୪୨ ନମ୍ବର ପୀଡିତଙ୍କ ଦେଖାଶୁଣା ପାଇଁ ୪ ଓ ୫ ଏପ୍ରିଲରେ ଭୁବନେଶ୍ୱର ଏମସକୁ ଯାଇଥିଲେ । ସେମାନେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ।

୪୨ ନମ୍ବର ସଂକ୍ରମିତ କାହା କାହା ସଂପର୍କରେ ଆସିଥିଲେ ତାହା ଜାଣିବା ପାଇଁ ସମସ୍ତଙ୍କର ନମୂନା ନିଆଯାଇଥିଲା ।  ୯ ଏପ୍ରିଲରେ ତିନି ଜଣ କରୋନା ପଜିଟିଭ୍ ବୋଲି ଜଣା ପଡିଥିଲା । ୧୦ ତାରିଖ ଠାରୁ ସେମାନେ କିମ୍ସର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ ଆଉ ୪ ଜଣ କରୋନା ସଂକ୍ରମିତ, ସଂଖ୍ୟା ୪୮କୁ ବୃଦ୍ଧି

Leave a Reply