spot_img

Latest Posts

କୂଅ ସଫା କରିବାକୁ ଯାଇ ଦୁଇ ଭାଇ ମୃତ

ଉମରକୋଟ:  କୂଅ ସଫା କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ଦୁଇ ଭାଇଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୋନାରପାରା ଗାଁରେ ଘଟିଛି ଏହି ଅଘଟଣ। ମୃତକ ମାନେ ହେଲେ ହେମରାଜ ହାଲବା ଓ ଅନୁପ କେଉଟ। ଘଟଣାରେ ରାଜୁ କେଉଟ ନାମକ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇଥିବା ସୂଚନା ରହିଛି। ତାଙ୍କୁ  ହାଟଭରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ  ସୋନାରପାରା ଗ୍ରାମର ରାଜୁ କେଉଟଙ୍କ କୂଅ ସଫା କରିବାକୁ ସେହି ଗାଁର ହେମରଜ ହାଲବା ଓ ଅନୁପ କେଉଟ, ରାଜୁ କେଉଟ ପଶି ଥିଲେ। କୂଅ ଭିତରେ ପାଣି କମ୍ ଥିବା ବେଳେ ସେଠାରେ ସେମାନେ ସଫେଇ କାମ ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ସେମାନେ ଶ୍ୱାସରୁଦ୍ଧ ହୋଇ ଛଟପଟ ହେବାରୁ କୂଅ ବାହାରେ ଥିବା ଲୋକେ ଉଦ୍ଧାର କରିବାକୁ ଯାଇଥିଲେ ବି ବିଫଳ ହୋଇଥିଲେ। ଖବର ପାଇ କୁନ୍ଦେଇ ପୁଲିସ ଓ ରାଇଘର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ବେଳକୁ ହେମରାଜ ଓ ଅନୁପଙ୍କ ମୃତ୍ୟୁ ହୋଇସାରିଥିଲା।

ଅପରପକ୍ଷରେ ରାଜୁଙ୍କୁ ଉଦ୍ଧାର କରିବା ପରେ ସେ ଗୁରୁତର ଥିବାରୁ ତାଙ୍କୁ ହାଟଭରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଖବର ପାଇ କୁନ୍ଦେଇ ଥାନା ଅଧିକାରୀ ଫକୀର ମୋହନ ଖରା, ରାଇଘର ତହସିଲଦାର ଜଗୁ ପୁଜାରୀ, ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାଜୁ କେଉଟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Latest Posts

Don't Miss