ଟିକ୍ ଟକ୍ କାଳ: ଭିଡିଓ ସୁଟ୍ ପାଇଁ ଯାଇ ବିପଦ ମୁହଁରେ ପଡ଼ିଲେ ନାବାଳକ…!
ନୟାଗଡ଼: ଏବେ ଯୁବ ପିଢ଼ିଙ୍କୁ ପାଗଳ କରିଛି ଟିକ୍ ଟକ୍ । ଚାଇନାର ଏହି ଟିକ୍ ଟକ୍ ଆପ୍କୁ ଭାରତରେ ପ୍ରରାୟ ୩୦ କୋଟି ଲୋକ ବ୍ୟବହାର କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ତବେ ମଜା ମଜଲିସ୍ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଟିକ୍ ଟକ୍ ଯୁବ ପିଢ଼ିଙ୍କ ପାଇଁ ଅନେକ ସମୟରେ କାଳ ସାଜୁଛି । ଟିକ୍ ଟକ୍ରେ ଦୁଃସାହସିକ ଭିଡିଓ ସୁଟ୍ କଲାବେଳେ ଅନେକ ଥର ଜୀବନ ମଧ୍ୟ ଚାଲିଯାଇଥିବା ଦେଖାଯାଇଛି । ଆଉ କେତେବେଳେ ସେହି ଟିକ୍ ଟକ୍ ଭିଡ଼ିଓ ନିଶା ଯୁବ ପିଢ଼ିଙ୍କୁ ବିପଦରେ ପକାଇଛି ।
ତେବେ ସେଇଭଳି ଏକ ଖବର ପୁଣି ସାମ୍ନାକୁ ନୟାଗଡ଼ ଜିଲ୍ଲାରୁ । ସେଠାରେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି ରୁଖି ପାହାଡ଼ । ଅନେକ ଜୀବଜନ୍ତୁ ମଧ୍ୟ ସେଠାରେ ରହୁଥିବା ନଜିର ରହିଛି । ତେବେ ଏସବୁକୁ ଖାତିର ନକରି ୩ ଜଣ ନାବାଳକ ଜଙ୍ଗଲରେ ଟିକ୍ ଟକ୍ ଭିଡିଓ ସୁଟ୍ କରିବାକୁ ଯାଇଥିଲେ । କିନ୍ତୁ ଆଉ ସେଠାରୁ ଫେରିନଥିଲେ । ଅନେକ ଖୋଜା ଖୋଜି କରିବା ପରେ ରାତି ପ୍ରାୟ ୧୧ ଟା ସମୟରେ ତାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା ।
ରବିବାର ଅପରାହ୍ନରେ ୩ ଜଣ ନାବାଳକ ମିଶି ରୁଖୀ ପାହାଡ଼କୁ ଯାଇଥିବା ସ୍ଥାନୀୟ ଲୋକ ଦେଖିଥିଲେ । ସମୟ ଗଡ଼ିବା ସେମାନେ ଠିକ୍ ସମୟରେ ଘରେ ନପହଞ୍ଚିବା ଯୋଗୁଁ ପରିବାର ଲୋକ ବ୍ୟତିବ୍ୟସ୍ତ ହେଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲା । ବନ କର୍ମଚାରୀ ଓ ଅଗ୍ନିସମ ବିଭାଗ ମଧ୍ୟ ସେମାନଙ୍କୁ ଖେଜା ଖୋଜିରେ ସାମିଲ ଥିଲେ । ଅନେକ ଖୋଜା ଖୋଜି ପରେ ନାବାଳଙ୍କ ସନ୍ଧାନ ମିଳିଛି । ହେଲେ ପ୍ରଥମେ ନିଖୋଜ ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲାେଡ଼ନ ସୃଷ୍ଟି ହୋଇଛି ।