ଚିଲିକା ମଝିରେ ଦୁଇ ଡଙ୍ଗା ମୁହାଁ ମୁହିଁ ଧକ୍କା

ବ୍ରହ୍ମଗିରି: ଚିଲିକା ମଝିରେ ଦୁର୍ଘଟଣା  ।  ସାତପଡ଼ା ଚିଲିକାରେ ଯାତ୍ରୀବାହୀ ଡଙ୍ଗା ମୁଁହା ମୁହିଁ ଧକ୍କା । ଗଭୀର ଜଳରାଶିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଦୁଇ ଡ଼ଙ୍ଗା  । ମିଳିଥିବା ସୂଚନା ମୁତାବକ ଦୁର୍ଘଟଣାରେ ୩ ଜଣ ଆହାତ ହୋଇଥିବାବେଳେ ୫ଟି ବାଇକ୍ ନଷ୍ଟ ହୋଇଯାଇଛି । ଜହ୍ନିକୁଦାରୁ ଏକ ଯାତ୍ରୀବାହୀ ଡଙ୍ଗା ସାତପଡା ଅଭିମୁଖେ ଏବଂ ସାତପଡାରୁ ଏକ ଡଙ୍ଗା ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।  ମହିଁସା କୁଦ ନିକଟରେ ସାତପଡାରୁ ଯାତ୍ରୀ ନେଇ ଆସୁଥିବା ଡଙ୍ଗାଟି ଜହ୍ନିକୁଦା ପଟୁ ସାତପଡା ଯାଉଥିବା ଡଙ୍ଗା ଉପରେ ସିଧାସଳଖ ଭାବେ ପିଟି ହୋଇଥିଲା ।

ଡଙ୍ଗାର ବେଗ ଏତେ ମାତ୍ରାରେ ରହିଥିଲା ଯେ,  ଦୁର୍ଘଟଣା ଘଟିବା ମାତ୍ରେ ଡଙ୍ଗାଚାଳକ ସମେତ ତିନି ଯାତ୍ରୀ ଏବଂ ପାଞ୍ଚଟି ଗାଡି ଭାଙ୍ଗିରୁଜି ଚୁରୁମାର ହୋଇଯାଇଛି । ଡଙ୍ଗାଟି କୂଳରେ ଲାଗିବା ପରେ ଆହତମାନଙ୍କୁ ଚିଲିକା ନୂଆପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏକ ବଡ ଦୁର୍ଘଟଣାରୁ ଉଭୟ ଡଙ୍ଗା ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ ଯାତ୍ରୀ ।