କଟକ ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କରାଇବା ଘଟଣାରେ ଦୁଇ ଗିରଫ

କଟକ: କଟକ ଦୋଳମୁଣ୍ଡାଇ ଓ ଅରୁଣଦୋୟ ନଗର ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କରାଇବା ଘଟଣାରେ ଦୁଇ ଗିରଫ । ହସ୍ପିଟାଲ ମାଲିକ ନିଜିତ ମହାପାତ୍ର ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । ଗତକାଲି ମାଲିକ କହିଥିଲେ ଯେ ତାଙ୍କ ଅଜାଣତରେ ଭିକାରି ପରିଡ଼ା ନାମକ ବ୍ୟକ୍ତି ଏପରି କରିଥିଲେ । ତାଙ୍କର କୌଣସି ହାତ ଏଥିରେ ନାହିଁ । ଅନ୍ୟତମ ଅଭିଯୁକ୍ତ ଭିକାରି ପରିଡ଼ା ଏବେବି ଫେରାର ଅଛି । ଏମାନଙ୍କ ନିକଟରୁ ଗତକାଲି 3ଟି ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ ସହିତ ଗର୍ଭପାତ ଔଷଧ ଜବତ କରାଯାଇଥିଲା ।

ଏନେଇ ସ୍ୱାସ୍ଥ୍ୟ ବିଭାଗ ଓ ଡ୍ରଗ ବିଭାଗ ପକ୍ଷରୁ ବାଦାମବାଡ଼ି ଥାନାରେ ଦିଆଯାଇଥିଲା ଏତଲା । ପୋଲିସ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ କରାଯାଉଥିବାର ସିସିଟିଭି ଫୁଟେଜକୁ ଜବତ କରିଛି । ଏହି କାରବାରରେ ନିଜିତଙ୍କ ପୁଅ କିଛି ଡାକ୍ତର ଓ କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହେଲଥ ହୋମ ହସ୍ପିଟାଲର ରିନୁଆଲ ଲାଇସେନ୍ସକୁ ବାତିଲ କରିଦେବା ସହିତ ଓଠିକୁ ସିଲ୍ କରିଦିଆଯାଇଛି ବୋଲି ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବଟ କୃଷ୍ଣ ମହଲା ସୂଚନା ଦେଇଛନ୍ତି ।