ଟେଲିଗ୍ରାମ ଜରିଆରେ ୮ଲକ୍ଷ ୩୦ ହଜାର ଟଙ୍କା ଠକେଇ, ଦୁଇ ଗିରଫ

ଭୁବନେଶ୍ୱର: ଟେଲିଗ୍ରାମ ଜରିଆରେ ୮ଲକ୍ଷ ୩୦ ହଜାର ଟଙ୍କା ଠକେଇ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ପୋଲିସ। ଦୁଇ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଦାସ ଓ ଜ୍ୟୋତି ରଞ୍ଜନ ଦାସଙ୍କ ଠାରୁ ୭୫ ହଜାର କ୍ୟାସ ସହ ୮ଟି ପାସବୁକ, ଚେକ ବୁକ୍ ଓ ଏଟିଏମ ଜବତ କରାଯାଇଛି। ଅଭିଯୋଗକାରୀ ସୁମିତ ସାହୁ ନୌକରୀ ଡଟ୍ କମରେ ନା ରେଜିଷ୍ଟ୍ରେସନ କରିଥିଲେ।

ଟେଲିଗ୍ରାମରେ ତାଙ୍କୁ ଗୋଟେ ସଂସ୍ଥା ବିଭିନ୍ନ କମ୍ପାନୀର ଫିଡ଼ ବେକ ଦେଲେ ଟଙ୍କା ମିଳିବ ବୋଲି କହିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ପ୍ରଥମେ କିଛି ଦିନ ଟଙ୍କା ଦେଇଥିଲେ।

ପରେ ଓ୍ୱାଲେଟରେ ୧୬ ଲକ୍ଷ ଟଙ୍କା ଜମା ହୋଇ ଯାଇଛି କହି ଏହି ଟଙ୍କା ଦେବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ୮ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିଲେ। ୩ଟି ଆକାଉଣ୍ଟକୁ ଟଙ୍କା ଯାଇଥିଲା। ଏହି ଆକାଉଣ୍ଟ ସବୁକୁ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତଙ୍କ ଖୋଜୁଛି ପୋଲିସ।