spot_img

Latest Posts

ଭୁବନେଶ୍ବର ବସ ଦୁର୍ଘଟଣା ଓ ପରେ ଭଙ୍ଗାରୁଜା ଘଟଣାରେ ଦୁଇ ଗିରଫ

ଭୁବନେଶ୍ବର ଅଶୋକ ନଗରରେ ବସ ଦୁର୍ଘଟଣା ଓ ପରେ ଭଙ୍ଗାରୁଜା ଘଟଣା । ଦୁଇ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ଦୁଇଜଣ ହେଲେ ପ୍ରଦୀପ ଦାସ ଓ ପି. କ୍ରିଷ୍ଣା ରେଡ୍ଡୀ । ଦଙ୍ଗା, ଭଙ୍ଗାରୁଜା ଓ ସରକାରୀ ସମ୍ପତ୍ତି ନଷ୍ଟ ସହ କର୍ମଚାରୀଙ୍କୁ ବାଧା ଦେବା ଅଭିଯୋଗରେ ଗିରଫ । ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ଗତକାଲି ଭୁବନେଶ୍ୱର ଅଶୋକ ନଗର ଠାରେ ଜଣେ ସ୍କୁଟି ଚାଳକଙ୍କ ସହ ଧକ୍କା ଦେଇଥିଲା ଆମ ବସ୍ । ଯାହାକୁ ନେଇ ଆକ୍ରୋସର ଶିକାର ହୋଇଥିଲା ଆମ ବସ୍ ଓ ବସ୍ କର୍ମଚାରୀ । ୩ ଟି ଗାଡିକୁ ଭାଙ୍ଗି ଚୁରମାର କରିଦେଇଥିଲେ ଦୁର୍ବୁତ୍ତ । ପୋଲିସ ସମ୍ମୁଖରେ କରିଥିଲେ ଢେଲାମାଡ଼ । ଯାହାକୁ ନେଇ ପୋଲିସ ମଧ୍ୟ ଲାଠି ଚାଳନା କରିଥିଲା । କିନ୍ତୁ ଢେଲାମାଡ଼ ଦ୍ୱାରା କେବଳ ଡ୍ରାଇଭର ନୁହେଁ, ବରଂ କିଛି ଯାତ୍ରୀ ମଧ୍ୟ ଆହତ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଏଥିରେ ଆଉ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

Latest Posts

Don't Miss