ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୁଇଦିନରେ ଦୁଇଟି ଆନାକୋଣ୍ଡାଙ୍କ ମୃତ୍ୟୁ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୁଇଦିନରେ ଦୁଇଟି ଆନାକୋଣ୍ଡାର ମୃତ୍ୟୁ । ଗତକାଲି ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଥିବାବେଲେ ବିଳମ୍ବିତ ରାତିରେ ଆଉ ଗୋଟିଏ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ସରୀସୃପ ବିଭାଗରେ ୬୫ ନମ୍ବର ଖୁଆଡ଼ରେ ରହୁଥିବା ଆନାକୋଣ୍ଡାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତ ଆନାକୋଣ୍ଡାଟିର ବୟସ ୧୪ ମାସ ହେବ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ଲଗାତାର ଦୁଇଟି ଆନାକୋଣ୍ଡାର ମୃତ୍ୟୁ ପରେ ନନ୍ଦନକାନନରେ ଆନାକୋଣ୍ଡାର ସଂଖ୍ୟା ୮କୁ ଖସିଆସିଛି  ।