ବ୍ୟାଙ୍କ୍ ଲୁଟ ଘଟଣାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଘଟଣାରେ ୨ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ରିମାଣ୍ଡରେ ନେଇଛି । ଦୁଇ ଅଭିଯୁକ୍ତ ସମରଜିତ ସିଂ ଓ ଜାଫର ସିଦ୍ଦିକଙ୍କୁ ଭାଇଜାଗରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ପୋଲିସ  । ଗତ ଅକ୍ଟୋବର ୯ତାରିଖ ରାତିରେ ଏଟିଏମ୍‌ରୁ ୨୮ ଲକ୍ଷ ଟଙ୍କା ଲୁଟି ବିମାନରେ ପଳାଇଥିଲେ ଦୁଇ ଅଭିଯୁକ୍ତ  । ପରେ ଏହି ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଅନୁସାରେ ଘଟଣାରେ ହାଇପ୍ରୋଫାଇଲ ଏଟିଏମ ଲୁଟେରାଙ୍କ ଠାରୁ ଅଧିକ ତଥ୍ୟ ପାଇବା ପାଇଁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ସେମାନଙ୍କୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନିଆଯାଇଥିଲା । ତେବେ ଅଭିଯୁକ୍ତଙ୍କୁ ସ୍ପଟ୍ କୁ ନେଇ ଡେମୋ ଦେଖାଇବା ପାଇଁ ରହିଛି ଯୋଜନା । ଏହାସହ ଲୁଟରେ ବ୍ୟବହାର କରାଯାଇଥିବା ଗ୍ୟାସ କଟର କେଉଁଠାରୁ କିଣା ଯାଇଥିଲା ସେ ସବୁର ମଧ୍ୟ କରାଯିବ ଯାଞ୍ଚ ।

Leave a Reply