spot_img

Latest Posts

ଟ୍ୱିଟରରେ ହ୍ରାସ ପାଉଛି ଫଲୋଅର୍ସଙ୍କ ସଂଖ୍ୟା, ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ହ୍ରାସ ପାଉଛି ଫଲୋଅର୍ସଙ୍କ ସଂଖ୍ୟା। ଅନେକ ୟୁଜର୍ସଙ୍କର ୫୦୦ରୁ ହଜାର ଫଲୋଅର୍ସ ଡ୍ରପ୍ ହୋଇଥିବା ବେଳେ କେତେକଙ୍କର ଲକ୍ଷାଧିକ ଫଲୋଅର୍ସ ହ୍ରାସ ପାଇଛି। ଏପରିକି ଅନେକ ଭେରିଫାଏଡ୍ ଆକାଉଣ୍ଟରୁ ବ୍ଲୁ ଟିକ୍ ମଧ୍ୟ ଗାଏବ ହୋଇଯାଇଛି।

ଟ୍ୱିଟରର ନୂଆ ସିଇଓ ଭାବେ ପରାଗ ଅଗ୍ରୱାଲ ଯୋଗଦେବା ପରେ ଫଲୋଅର୍ସ ହ୍ରାସ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଖୋଦ ପରାଗଙ୍କ ଫଲୋୟର୍ସଙ୍କ ସଂଖ୍ୟା ୩ ଲକ୍ଷ ୬୦ ହଜାରରୁ ହ୍ରାସ ପାଇ ୪୩ ହଜାର ୭୦୦ରେ ପହଞ୍ଚିଛି। ଏହା ପ୍ରଥମ ଥର ନୁହେଁ ଟ୍ୱିଟର ପରି ଆଧୁନିକ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଫେକ୍ ଆକାଉଣ୍ଟ ଡିଲିଟ କରିବା ପାଇଁ ଏହିପରି କ୍ଲିନଅପ୍ ଏକ୍ସଅରସାଇଜ କରିଥାନ୍ତି। ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମଗୁଡ଼ିକ ୟୁଜର୍ସଙ୍କୁ ସେମାନଙ୍କ ପାସୱାର୍ଡ ରିସେଟ ଓ ଫୋନ ନମ୍ବର ଆଦି ଡାଟା ରିସେଟ୍ କରିବାକୁ ନୋଟିଫିକେସନ ପଠାଇଥାଏ।

ଟ୍ୱିଟରରେ ଫଲୋଅର୍ସ ସଂଖା ହ୍ରାସ ପାଉଥିବା ବେଳେ ଏହା ଉପରେ ଜୋରଦାର୍ ମିମ୍ ଭାଇରାଲ୍ ହେବାରେ ଲାଗିଛି ।

ଯେପର୍ଯ୍ୟନ୍ତ ଏକ ଆକାଉଣ୍ଟଧାରୀ ସବିଶେଷ ଡାଟା ସୁନିଶ୍ଚିତ ନକରନ୍ତି, ସେ ପର୍ଯ୍ୟନ୍ତ ବ୍ଲଗିଂ ସାଇଟଗୁଡ଼ିକ ସେହି ଆକାଉଣ୍ଟକୁ ଟ୍ୱିଟର ଆକାଉଣ୍ଟଧାରୀ ଭାବେ ଅନ୍ତର୍ଭୁକ୍ତ କରେନାହିଁ। ପ୍ଲାଟଫର୍ମରୁ ସ୍ପାମ୍ ରୋକିବାରେ କମ୍ପାନୀ ନିୟମିତ ଭାବରେ ଏପରି କରିଥାଏ। ତେବେ ଟ୍ୱିଟର ୟୁଜର୍ସଙ୍କ ଫଲୋଅର୍ସ ଗାଏବ ହୋଇଯିବା ଏହା ପ୍ରଥମ ଘଟଣା ନୁହେଁ।

ଗତ ଜୁନରେ ହୋଇଥିବା କ୍ଲିନ ଅପ୍ ଡ୍ରାଇଭରେ ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଲୋୟର୍ସଙ୍କ ସଂଖ୍ୟା ଅକସ୍ମାତ ହ୍ରାସ ପାଇଯାଇଥିଲା । ସେ ଅଭିଯୋଗ କରିଥିଲେ ମାତ୍ର ୩୬ ଘଣ୍ଟା ଭିତରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୮୦ ହଜାର ହ୍ରାସ ପାଇଥିଲା। ତେବେ ଏଥର ଫଲୋଅର୍ସଙ୍କ ସଂଖ୍ୟା କମିଯିବାକୁ ନେଇ ନୂଆ ସିଇଓଙ୍କୁ ଟାର୍ଗେଟ କରିଛନ୍ତି ୟୁଜର୍ସ। ଏହାକୁ ନେଇ ହାସ୍ ଟ୍ୟାଗ୍ ଫଲୋଅର୍ସ ପର୍ ହମଲା ଟ୍ରେଣ୍ଡ କରୁଛି। ଏବେସୁଦ୍ଧା ଏହି ଟ୍ରେଣ୍ଡରେ ଲକ୍ଷାଧିକ ୟୁଜର୍ସ ସାମିଲ ହୋଇଛନ୍ତି।

Latest Posts

Don't Miss