ଟ୍ୱିଟରକୁ କିଣିବେ ଏଲନ ମସ୍କ

ଓ୍ୱାଶିଂଟନ: ଟ୍ୱିଟରକୁ କିଣିବେ ଏଲନ ମସ୍କ । ଏଥିପାଇଁ ସବୁ ରାସ୍ତା ସଫା । ୪୪ ବିଲିଅନ ଡଲାରରେ ବିକ୍ରି ପାଇଁ ସେୟାର ହୋଲଡରମାନେ ସହମତି ଜଣାଇଛନ୍ତି । ଏନେଇ ଆଜି କମ୍ପାନୀର ଅଂଶୀଦାରମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଏଲନ ମସ୍କଙ୍କ ସମସ୍ତ ଦାବି ଉପରେ ଆଲୋଚନା ହୋଇଥିଲା । ମସ୍କ ରଖିଥିବା ସର୍ତ୍ତ ଉପରେ ସହମତି ହୋଇଥିବା ମଧ୍ୟ ଜଣାପଡିଛି । ସେୟାର ହୋଲଡରମାନେ ଏଲନଙ୍କ ସମର୍ଥନରେ ଭୋଟ ଦେଇଥିଲେ । ପୂର୍ବରୁ ଏଲନ ମସ୍କ ନିଜ ଆଡୁ ଟ୍ୱିଟରକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କେତେ ମାତ୍ରାରେ ଫେକ୍‌ ଆକାଉଣ୍ଟ ଟ୍ୱିଟରରେ ଅଛି ତା’ର ତଥ୍ୟ ଦେଲେ ଏଲନ ମସ୍କ କିଣିବେ ବୋଲି କହିଥିଲେ । ଯାହାକୁ ନେଇ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ଟ୍ୱିଟର ।