ରାତି ଅଧରେ ବଡ଼ ବଡ଼ିଆଙ୍କ ଆକାଉଣ୍ଟରୁ ବ୍ଲୁଟିକ ହଟାଇଲା ଟୁଇଟର

1 min read

ନୂଆଦିଲ୍ଲୀ:  ରାତି ଅଧରେ ବଡ଼ ବଡ଼ିଆଙ୍କ ଆକାଉଣ୍ଟରୁ ବ୍ଲୁଟିକ ହଟାଇଛି ମାଇକ୍ରୋବ୍ଲଗିଂ ସାଇଟ ଟୁଇଟର । ବହୁ ବଡ଼ ବଡ଼ ସେଲିବ୍ରିଟି, ରାଜନେତା ଓ ସଂସ୍ଥାର ଆକାଉଣ୍ଟରୁ ଲିଗାସି ଭେରିଫାଏଡ ବ୍ଲୁଟିକ୍ ହଟାଇଛି ଟ୍ୱିଟର । କେବଳ ପେଡ୍ ଟ୍ୱିଟର ବ୍ଲୁ ଭେରିଫିକେସନ୍ ସେବାରେ ସବସ୍କ୍ରାଇବ୍ ହୋଇଥିବା ଆକାଉଣ୍ଟରେ ନୀଳ ଟିକ୍ ରହିବ । ଯାହାକୁ ଆଧୁନିକ ଦୁନିଆର ଟାଉନ୍ ସ୍କୋୟାର ଭାବରେ ବର୍ଣ୍ଣନା କରାଯାଇଛି । ତେବେ କମ୍ପାନୀର ଏହି ପଦକ୍ଷେପ ପରେ ବି-ଟାଉନର ବହୁ ସେଲିବ୍ରିଟି, ଜାତୀୟ ରାଜନୀତିର ବହୁ ପ୍ରମୁଖ ଚେହେରା, ଅନେକ ବଡ଼ ବ୍ରାଣ୍ଡ ଆକାଉଣ୍ଟରୁ ହଟିଛି ବ୍ଲୁଟିକ । ଦେୟ ଦେଇ ନଥିବାରୁ ବିଗ ବି, ଶାହାରୁଖ୍ ଖାନ୍, ଆଲିଆ ଭଟ୍ଟ, ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅରବିନ୍ଦ କେଜରିୱାଲ୍ ଓ ମମତା ବାନାର୍ଜୀ, କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମା ପ୍ରମୁଖଙ୍କ ଆକାଉଣ୍ଟରୁ ଲିଗାସି ଭେରିଫାଏଡ ବ୍ଲୁଟିକ୍ ହଟିଛି ।

ପୂର୍ବରୁ ଲୋକପ୍ରିୟ, ଜଣାଶୁଣା ବ୍ୟକ୍ତିବିଶେଷ ଓ ଅଧିକ ଫଲୋଅର୍ସ ଥିବା ଆକାଉଣ୍ଟକୁ ଭେରିଫାଏଡ ବା ବ୍ଲୁଟିକ୍ ମାର୍କ ଦେଉଥିଲା କମ୍ପାନୀ । ତେବେ କମ୍ପାନୀର ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବା ପରେ ବ୍ଲୁ ଟିକକୁ ପେଡ ସର୍ଭିସ କରିବାକୁ ନିଷ୍ପତ୍ତି ନେଇଥିଲା କମ୍ପାନୀ । ଏଲନ ମୋସ୍କ ଟ୍ୱିଟରକୁ କିଣିବା ପରେ ବ୍ଲୁ ବ୍ୟାଚକୁ କମର୍ସିଆଲ ବା ପେଡ୍ ଭର୍ସନ କରିଦେଇଛନ୍ତି। ଅର୍ଥାତ୍ ଯେକେହି ଏହି ବ୍ଲୁ ଟିକ୍ ନିଜ ଆକାଉଣ୍ଟରେ ଲଗାଇପାରିବ କିନ୍ତୁ ଏଥିପାଇଁ ଟଙ୍କା ଦେବାକୁ ହେବ। ଏବେ ଟ୍ୱିଟର ତିନି ପ୍ରକାର ବ୍ୟାଚ ପ୍ରଦାନ କରୁଛି। ଗୋଟିଏ ଗ୍ରେ, ୨ୟଟି ଅରେଞ୍ଜ ତୃତୀୟଟି ବ୍ଲୁ ବ୍ୟାଚ । ଓ୍ୱେବ୍‌ ୟୁଜର୍ସଙ୍କ ପାଇଁ ମାସି ୮ଡଲାର ବା ପ୍ରାୟ ୬ଶହ ଟଙ୍କା ଦେବାକୁ ହେବ । ସେହିପରି ଟ୍ୱିଟର ଆପ୍ ବ୍ୟବହାରକାରୀଙ୍କୁ ମାସିକ ୧୧ଡଲାର ବା ୯ଶହ ଟଙ୍କା ଦେବାକୁ ପଡ଼ିବ ।