ସାଉଥ୍ ବମ୍ୱେର ବିସଲେରୀ ପାନିପୁରୀ ହଜିଗଲା, ଝୁରୁଛନ୍ତି ଲୋକେ

1 min read
twitter pushes fundraising campaign for panipuri seller

ସାଉଥ୍ ବମ୍ୱେରେ ବିସେଲେରୀ ପାନିପୁରୀ କହିଲେ ସମସ୍ତେ ଜାଣନ୍ତି । ନିଜ ପରିଚ୍ଛନତା ଓ ହସ ମିଜାଜ୍‌ ପାଇଁ ପୂରା ସାଉଥ୍ ବମ୍ୱେର ପାନିପୁରୀ ଲଭର୍ସମାନଙ୍କୁ ନିଜ ପାଖରେ ବାନ୍ଧି ରଖିଥିଲେ ଭଗବତୀ ଯାଦବ । ତେବେ ସାଉଥ୍ ବମ୍ୱେର ଏହି ଅତି ପରିଚିତ ପାନିପୁରୀ ବିକାଳୀ କରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାକୁ ମାସେରୁ ଅଧିକା ସମୟ ହେଲାଣି । ହେଲେ ଏବେ ବି ତାଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ଗରାଖ । ତାଙ୍କ ପାଖରେ ଗହଳି କରୁଥିବା ଗରାଖମାନେ ଏବେ ଏକାଠି ହୋଇ ଯାଦବଙ୍କ ପରିବାର ଲୋକଙ୍କୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି । ସେ ପାନିପୁରୀ ଖାଇବା ବେଳର ଥଟ୍ଟାମଜା ଆଉ ଯାଦବଙ୍କ ମେଳାପୀ ସ୍ୱାଭାବକୁ ଟୁଇଟରରେ ମନେ ପକାଉଛନ୍ତି ସାଉଥ୍‌ ବମ୍ୱେର ପାନିପୁରୀ ଲଭର୍ସ ।

୪୬ ବର୍ଷର ପାନିପୁରୀ ବିକାଳୀ ଯାଦବ ନିଜ ବ୍ୟବସାୟ ଓ ଗରାଖଙ୍କୁ ନେଇ ଏତେ ସଚ୍ଚୋଟ ଥିଲେ ଯେ ତାଙ୍କ ପାଖରେ ଥରେ ପାନିପୁରୀ ଖାଇବାକୁ ଆସୁଥିବା ଲୋକେ ବାରମ୍ୱାର ଆସିବାକୁ ବାଧ୍ୟ ହୋଇ ଯାଉଥିଲେ । ତେବେ ମିନେରାଲ ଓ୍ୱାଟର୍ସ ମଧ୍ୟରେ ସବୁଠାରୁ ହାଇରେଟେଡ୍ ଭାବେ ବିଚାର ହେଉଥିବା ବିସେଲେରୀ ଭଳି ତାଙ୍କ ପାନିପୁରୀକୁ ମଧ୍ୟ ଶୁଦ୍ଧ ଭାବେ ଦେଖୁଥିଲେ, ଲୋକେ । ଏତେ ସଫାସୁତରା ଭାବେ ଖାଦ୍ୟ ପରଷୁଥିଲେ ଯେ ଲୋକେ ବଡ ବଡ ମଲଠାରୁ ମୁହଁ ମୋଡି ତାଙ୍କ ପାଖରେ ପହଞ୍ଚୁଥିଲେ । ଏବେ ତାଙ୍କ ମୃତ୍ୟୁ ପରେ ସାଉଥ୍ ବମ୍ୱେର ପାନିପୁରୀ ଲଭର୍ସ ଓ ତାଙ୍କ ଆଖପାଖର ଲୋକେ ତାଙ୍କ ପାଇଁ ୫ଲକ୍ଷ ଟଙ୍କାର ଅର୍ଥ ରାଶି ଯୋଗାଡ଼ କରିବାରେ ଲାଗିଛନ୍ତି ।

ଟୁଇଟରରେ ତାଙ୍କ ପରିବାରକୁ ସହଯୋଗ କରିବା ପାଇଁ ଅପିଲ୍ ହେଉଛି । ଲୋକେ ଲେଖୁଛନ୍ତି ବଡ଼ ବଡ଼ ବ୍ରାଣ୍ଡ ମଧ୍ୟ ଏତେ ପରିଚ୍ଛନତା ଓ ସାଧୁତା ବଜାୟ ରଖି ବ୍ୟବସାୟ କରିବା ସମ୍ଭବ ନୁହେଁ । ଭଗବତୀଙ୍କୁ ଝୁରି ହେଉଥିବା ଲୋକ ଏବେ ତାଙ୍କ ପରିବାରର ଅସୁବିଧା ଦୂର କରିବାକୁ ଚେଷ୍ଟା କରୁଛନ୍ତି । ଯାଦବଙ୍କ ଝିଅ କହିଛନ୍ତି ଯେ, ବାବା ଡାକ୍ତରଖାନାରେ ଥିବା ବେଳେ ଆମ ପରିବାରର ଲୋକଙ୍କଠାରୁ ଅଧିକ କଲ୍ ବାବାଙ୍କ ଗରାଖମାନେ କରିଥିଲେ ।

Leave a Reply