କ୍ୟାପିଟୋଲ ହିଂସା: ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କଲା ଟ୍ୱିଟର

1 min read

ଓ୍ୱାଶିଂଟନ: ଆମେରିକା ସଂସଦରେ ଟ୍ରମ୍ପ ସମର୍ଥକଙ୍କ ହିଂସା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଛି ଟ୍ୱିଟର । ଜାତୀୟ ସଂହତି ଏବଂ ସାମାଜିକ ଶାନ୍ତିରେ ବ୍ୟାଘାତ ସୃଷ୍ଟି କରିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କରିବା ପାଇଁ ଆମେରିକାର ୨କୋଟିରୁ ଅଧିକ ଲୋକ ଅନଲାଇନ୍‌ ଦସ୍ତଖତ ଅଭିଯାନ କରିଥିଲେ । ଟ୍ୱିଟର ସିଇଓ ଜ୍ୟାକ‌ଙ୍କୁ ଟ୍ରମ୍ପଙ୍କ ଆକାଉଣ୍ଟ ଅଚଳ କରିବା ପାଇଁ ସାରା ବିଶ୍ବରୁ ଟ୍ବିଟ୍ ହୋଇଥିଲା । ୨୦୧୯ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସଂପର୍କିତ ଅନେକ ବିଭ୍ରାନ୍ତିକର ତଥ୍ୟ ଟ୍ରମ୍ପଙ୍କ ଆକାଉଣ୍ଟରୁ ଟ୍ବିଟ୍ ହୋଇଥିଲା ।

ତେବେ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍‌’ରେ ଅଭୂତପୂର୍ବ ହିଂସାକାଣ୍ଡ ପରେ ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ଙ୍କୁ ଅବାଧରେ କ୍ଷମତା ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ଦେବା ସହ ଏକ ଭିଡିଓ ବାର୍ତ୍ତାରେ ରାଷ୍ଟ୍ରପତି ଟ୍ରମ୍ପ୍‌ ସହଯୋଗ ଓ ସହମତି ପାଇଁ ନିବେଦନ କରିଛନ୍ତି। ବୁଧବାର ଦିନ ସାଂସଦମାନେ ବାଇଡେନ୍‌ଙ୍କ ନିର୍ବାଚନ ବିଜୟକୁ ଔପଚାରିକ ସ୍ୱୀକୃତି ଦେବାକୁ ଯାଉଥିବା ବେଳେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଜବରଦସ୍ତି ‘କ୍ୟାପିଟଲ୍‌’ରେ ପ୍ରବେଶ କରି ହିଂସାକାଣ୍ଡ ଭିଆଇବା ଏବଂ ପୁଲିସ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜକ ପରିସ୍ଥିତିକୁ ଶାନ୍ତ କରିବା ଏହି ଭିଡିଓ ବାର୍ତ୍ତାର ଉଦ୍ଦେଶ୍ୟ।

https://twitter.com/TwitterSafety/status/1347684877634838528

Leave a Reply