ଭାରତରେ ବ୍ୟାନ ହେଲା ଖାଲସା ଏଡ୍ ପ୍ରତିଷ୍ଠାତା ରବି ସିଂଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ଖାଲସା ଏଡ୍ ପ୍ରତିଷ୍ଠାତା ରବି ସିଂଙ୍କ ଟ୍ୱିଟର ଆକାଉଣ୍ଟ ଭାରତରେ ହେଲା ନିଷିଦ୍ଧ । ଏନେ ରବି ସିଂ ନିଜେ ଫେସବୁକରେ ସୂଚନା ଦେଇଛନ୍ତି । ଏହା ଗଣତନ୍ତ୍ର ପ୍ରତି ଏକ ଅବମାନନା ବୋଲି ସେ କହିଛନ୍ତି । ସେପଟେ ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ରବି ସିଂଙ୍କ ଟ୍ୱିଟର ଆକାଉଣ୍ଟ ରଦ୍ଦ କରାଯାଇଛି । ଖାଲସା ଏଡ୍ ଏକ ଆନ୍ତର୍ଜାତିକ ବେସରକାରୀ ସଂଗଠନ ହୋଇଥିବାବେଳେ ଏହାର ମୁଖ୍ୟାଳୟ ବ୍ରିଟେନରେ ରହିଛି ।
ଗତ ୨୦୨୦ରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କିଷାନ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକୁ ସମର୍ଥନ ଦେଇଥିଲା ସଂଗଠନ । ଏପରିକି ଚାଷୀମାନଙ୍କୁ ଖାଇବାକୁ ଦେବା ସହ ଅନ୍ୟ ପ୍ରକାର ସହାୟତା ଯୋଗାଇଥିଲା ସଂଗଠନ । ୨୦୨୧ରେ ନୋବେଲ ଶାନ୍ତି ପୁରସ୍କାର ଲାଗି ଖାଲସା ଏଡର ନାମ ସୁପାରିସ ହୋଇଥିଲା ।