ଲକଡାଉନ୍ ନିୟମରେ କାଲିଠୁ କିଛିଟା କୋହଳ, ୨ ସହର ବାଦ୍
1 min readଭୁବନେଶ୍ୱର: କାଲିଠୁ ଲକଡାଉନ୍ ନିୟମରେ କିଛିଟା କୋହଳ ହେବ । ରାଜ୍ୟରେ ଆରମ୍ଭ ହେବ ଚାଷ କାର୍ଯ୍ୟ । ଖୋଲିବ ଚାଷ, ପଶୁପାଳନ ସହ ଜଡ଼ିତ କାରଖାନା । କୃଷି କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିବା ଯନ୍ତ୍ରପାତି ସହ ପରିବହନ କାର୍ଯ୍ୟକୁ ସରକାର ଅନୁମତି ଦେଇଛନ୍ତି । ତେବେ, ଏହି କୋହଳ ନିୟମ ରାଜ୍ୟର ୨ଟି ସହରରେ ଲାଗୁ ହେବନାହିଁ । ପୂର୍ବପରି ଲକଡାଉନ୍ ନିୟମ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବଳବତ୍ତର ରହିବ । ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
While the agriculture sector is being cautiously opened up there will be not much change in Bhubaneshwar and Cuttack as far as rhythm of lives of citizens is considered. The twin city continues to be under lockdown restrictions.Pls continue to observe ‘stay at home & be safe !’
— ChiefSecyOdisha (@SecyChief) April 19, 2020
ଉଭୟ ସହରର ଲୋକ ପୂର୍ବଭଳି ଲକଡାଉନରେ ରହିବେ । ଏଥିରେ କୌଣସି ପରିବର୍ତ୍ତନ ଅଣାଯାଇନାହିଁ । ଲୋକଙ୍କୁ ପୂର୍ବଭଳି ଲକଡାଉନ୍ ନିୟମ ମାନି ଘରେ ରହିବାକୁ ପଡ଼ିବ । ଘରେ ରହିଲେ ହିଁ ସୁରକ୍ଷିତ ରହିବେ ବୋଲି କୁହଯାଇଛି । ୨ ସହରରେ ଚାଷ କାର୍ଯ୍ୟ ହେଉ ନଥିବାରୁ ଲକଡାଉନ୍ ନିୟମରେ କୌଣସି କୋହଳ ଅଣାଯାଇନାହିଁ ।
ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍, ଏହି ସବୁ ପ୍ରତିବନ୍ଧକ ଉଠାଇଲେ ସରକାର