୨୫ ମହଲା କୋଠାରୁ ପଡ଼ି ଜାଆଁଳା ଭାଇ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ଗାଜିଆବାଦରେ ଅଘଟଣ । ୨୫ ମହଲା ବିଲ୍ଡିଂରୁ ଖସି ଜାଆଁଳା ଭାଇଙ୍କ ମୃତ୍ୟୁ । ଘଣ ବାଲକୋନୀରେ ଖେଳୁଥିବା ବେଳେ ଖସିପଡ଼ିଲେ ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗାଜିଆବାଦର ବିଜୟ ନଗର ଥାନା ଅଞ୍ଚଳର ସିଦ୍ଧାର୍ଥ ବିହାରରେ ଘଟିଛି ଘଟଣା । ୨୫ମହଲାରେ ରହୁଥିବା ଏକ ପରିବାରର ୧୪ ବର୍ଷୀୟ ଦୁଇ ପୁଅ ବାଲକୋନୀରେ ଖେଳୁଥିବା ବେଳେ ତଳକୁ ଖସି ପଡ଼ିଥିଲେ । ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ଦୁଇ ଭାଇଙ୍କ ମାଆ ମଧ୍ୟ ଘରେ ଥିଲେ ।