spot_img

Latest Posts

ପୁଡୁଚେରୀରେ ସୁପରଷ୍ଟାର ବିଜୟଙ୍କ ରାଲି

ନନ୍ଦିଘୋଷ ବ୍ୟୁରୋ : କରୁର ଦଳାଚକଟା ଘଟଣା ପରେ ପ୍ରଥମ ଥର ଲାଗି ଅଭିନେତା ବିଜୟଙ୍କ ପୁଣି ମେଗାରାଲି। ପୁଡୁଚେରୀରେ ହୋଇଥିବା ସମାବେଶରେ ସାମିଲ ହୋଇଛନ୍ତି ସହସ୍ରାଧିକ କର୍ମୀ। କରୁର ପରି ଘଟଣା ନଘଟିବା ଲାଗି ସଭାସ୍ଥଳରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯିବା ସହ ଯାଞ୍ଚ ବ୍ଯବସ୍ଥା ପ୍ରତି ଗୁରୁତ୍ବ ଦିଆଯାଇଛି। ସେପଟେ ରାଲି ଭିତରକୁ ଜଣେ ବନ୍ଧୁକଧାରୀ ପ୍ରବେଶ କରିବା ବେଳେ ତାକୁ ସୁରକ୍ଷା କର୍ମୀ ଅଟକ ରଖିଥିବା ସୂଚନା ମିଳିଛି। କରୁର ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ଘଟିବା ପରେ କିଛି ମାସ ଲାଗି ଟିଭିକେ ରାଲି କରି ନଥିଲା। ସଭାସ୍ଥଳୀରେ ବିଜୟ ପହଞ୍ଚିବା ପରେ ସମର୍ଥକମାନେ ବ୍ଯାରିକେଡ ଉପରେ ଚଢ଼ି ତାଙ୍କ ନିକଟକୁ ଦୌଡ଼ିଯିବା ଦେଖାଯାଉଥିଲା। ସମାବେଶ ପୂର୍ବରୁ ପୁଡୁଚେରୀ ପୋଲିସ ସବିଶେଷ ଆଡଭାଇଜରୀ ଜାରି କରିଥିଲା। ପୋଲିସ ଓ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିଲା। ପଡୋଶୀ ତାମିଲନାଡୁରୁ ଯେପରି ସମର୍ଥକମାନେ ରାଲିକୁ ଯାଇପାରିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେଇଥିଲା ପୋଲିସ। ସଭାସ୍ଥଳୀକୁ ଯିବା ବାଲି କ୍ୟୁଆର କୋଡ ବି ବ୍ଯବହାର ହୋଇଥିଲା। ପାର୍କିଂ ସ୍ଥଳ ପ୍ରତି ଧ୍ୟାନ ଦିଆଯାଇଥିଲା। ପୂର୍ବରୁ ରୋଡସୋ ଲାଗି ବିଜୟ ଅନୁମତି ମାଗିଥିଲେ ବି ପ୍ରଥମ ତାହାକୁ ଦିଆଯାଇ ନଥିଲା। ମାତ୍ର ପରେ ୫ ହଜାର ଲୋକଙ୍କ ଲାଗି ପୋଲିସ ଅନୁମତି ଦେଇଥିଲା।

Latest Posts

Don't Miss