ଆଜିଠାରୁ ୧୦ଟି ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ, ସବୁ ଜିଲ୍ଲା ପ୍ରଶାସନକୁ ଚିଠି
1 min readଭୁବନେଶ୍ୱର : ଆଜି ଡିସେମ୍ବର ୧ ତାରିଖ । ଟ୍ରାଫିକ୍ ଯାଞ୍ଚ ପାଇଁ କୋହଳ ହୋଇଥିବା ଡେଡ୍ ଲାଇନ୍ ସରିଯାଇଛି । ସରକାର କାଗଜପତ୍ର ପ୍ରସ୍ତୁତି ପାଇଁ ଆଉ ୩ ମାସ ସମୟ ବୃଦ୍ଧି କରିଥିବା ବେଳେ ଆଜିଠାରୁ ୧୦ଟି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ରହିଛି ନିର୍ଦ୍ଦେଶ । ପୋଲିସ କମିଶନର ଗତକାଲି ଏ ପ୍ରସଙ୍ଗରେ ସୂଚନା ମଧ୍ୟ ଦେଇସାରିଛନ୍ତିି । ସବୁ ଜିଲ୍ଲା ପ୍ରଶାସନକୁ ଏହାକୁ ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ମେଟ୍ରୋ ସହର ଭଳି ଓଡ଼ିଶାରେ ସିସିଟିଭିରେ ନିୟମ ଖିଲାପକାରୀଙ୍କୁ ଚିହ୍ନଟ କରି ଆଜିଠାରୁ ଘରକୁ ଚାଲାଣ ପଠାଇବ ପରିବହନ ବିଭାଗ । ଆଜିଠାରୁ ଭୁବନେଶ୍ୱରରେ ପ୍ରଥମ କରି ଏହି ସେବାର ଆରମ୍ଭ କରାଯାଉଛି । ରାଜଧାନୀର ୮ଟି ପ୍ରମୁଖ ଛକରେ ଲାଗିବ ସିସିଟିଭି କ୍ୟାମେରା । ସବୁ ଟ୍ରାଫିକରେ ସିସିଟିଭି ଥିବା ଟ୍ରାଫିକ୍ ଡିସିପି କହିଥିଲେ । ତେବେ TVDS ବ୍ୟବସ୍ଥା ପ୍ରଥମ କରି ରୂପାଲି ଛକରେ ପରୀକ୍ଷାମୂଳକ ଭାବେ କରାଯାଇଛି । ସିସିଟିଭିରୁ ଚିହ୍ନଟ ହେବ ଗାଡ଼ି ଓ ଗାଡ଼ିର ନମ୍ବର । ଏହାପରେ ନିୟମ ଉଲଙ୍ଘନକାରୀଙ୍କ ଠିକଣାରେ ଡାକଯୋଗେ ପଠାହେବ ଚାଲାଣ ।
ଟ୍ରାଫିକ୍ ପାଇଁ ୩-ଇ ଅନୁଯାୟୀ କମିଶନରେଟ ପୋଲିସ କାର୍ଯ୍ୟ କରୁଥିବା କମିଶନର କହିଛନ୍ତି । ଧରପଗଡ଼ ବେଳେ ବଡି କ୍ୟାମେରା କିମ୍ବା ସିସିଟିଭି ଥିବା ସ୍ଥାନରେ ଚାଲାଣ କରାଯିବ । ଜୋରିମାନା ପାଇଁ କମିଶନରେଟ ପୋଲିସ ପଷରୁ ଖୋଲାଯିବ କାଉଣ୍ଟର । ସିସିଟିଭି ସର୍ଭେଲାନ୍ସ ଜରିଆରେ ପ୍ରତିଦିନ ଶହେରୁ ଅଧିକ ଚାଲାଣ କରାଯାଇଛି ବୋଲି ସୂଚନା ଦିଆଯାଇଛି । ରୂପାଲି ପରେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ୮ଟି ସ୍ଥାନରେ ଲାଗୁ ହେବ ଏହି ବ୍ୟବସ୍ଥା ।
https://nandighoshatv.comnew-traffic-rules-implementation-extended-for-more-3-months-but-drink-and-drive-will-not-be-exempted/
୧୦ଟି ନିୟମ ଯାହା କଡ଼ା କଡ଼ି ଲାଗୁ ହୋଇଛି ସେ ସବୁର ତାଲିକା ଓ ଫାଇନ୍ ପରିମାଣ
୧- ମଦ୍ୟପାନ କରି ଗାଡ଼ିଚାଳନା – (୧୦,୦୦୦)
୨-ଦୃତ ଗତିରେ ଗାଡ଼ି ଚାଳନା – (୫,୦୦୦)
୩-ଟ୍ରାଫିକର ବୀପରିତ ଦିଗରେ ଗାଡ଼ି ଚାଳନା – (୫,୦୦୦)
୪- ଗାଡ଼ି ଚାଳନା ସମୟରେ ମୋବାଇଲ୍ ବ୍ୟବହାର – (୫,୦୦୦)
୫- ବିପଦପୂର୍ଣ୍ଣ ଗାଡ଼ିଚାଳନା – (୫,୦୦୦)
୬- ଦୁଇ ଚକିଆ ଯାନରେ ୩ ଜଣ ଯାତ୍ରାକଲେ – (୧,୦୦୦)
୭- ଅତ୍ୟଧିକ ଭାର ପରିବହନ – (୨,୦୦୦)
୮- ନାଲି ସଙ୍କେତକୁ ଅବମାନନା – (୫,୦୦୦)
୯- ହେଲମେଟ୍ ପରିଧାନ ନକଲେ -(୧,୦୦୦)
୧୦-ଗାଡ଼ିର ସୁରକ୍ଷା ପେଟି ନପିନ୍ଧିଲେ -(୧,୦୦୦)