ମୁମ୍ବାଇ: ବନ୍ଦ ହୋଇଯିବ କପିଲ ଶର୍ମା ଶୋ’ । ନିଜ କମେଡି ଜରିଆାରେ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା କପିଲ ଶର୍ମା ଶୋ’ କିଛି ସମୟ ପାଇଁ ବନ୍ଦ କରିଦିଆଯିବ । ଯେତେବେଳେ ଏହି ଶୋ’ ଆରମ୍ଭ ହୋଇଥିଲା ସେତେବେଳେ ସିଜିନାଲ ବନ୍ଦ ହୋଇ ଆସୁଛି । ସବୁଥର ପରି ଏହି ସିଜିନରେ ବି ଶୋ’କୁ କିଛି ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ କପିଲ ଶର୍ମା  ନିଜ ଫ୍ୟାମିଲି ସହ ସମୟ ବିତାଇବେ । ଏହି ସମୟରେ ମେକର୍ସ ଶୋ’ରେ କିଛି ପରିବର୍ତ୍ତନ କରିବାକୁ ବି ସମୟ ମିଳିବ ।

ଘରେ ଘରେ ପରିଚିତ ଥିବା କମେଡିଆନ କପିଲ ଶର୍ମା ନିଜର ଏକ ଅଲଗା ଶୈଳୀରେ ଦର୍ଶକଙ୍କୁ ହସାଇଥାନ୍ତି । ଏକ ଟିଭି ଶୋ’ରେ ସାଧାରଣ କମେଡିରୁ କ୍ୟାରିୟର ଆରମ୍ଭ କରିଥିବା କପିଲ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କମେଡି କରିବା ସହ ସେ ଫିଲ୍ମରେ ବି ଦର୍ଶକଙ୍କୁ ମନୋରଞ୍ଜନ ଦେଇଛନ୍ତି । ସେ ବହୁତ ଶୀଘ୍ର କରିନା କପୁରଙ୍କ ସହ ଏକ ଫିଲ୍ମରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି ।