ଫାଟିଲା ଟିଭି, ମହିଳା ମୃତ, ସ୍ୱାମୀ ଓ ଶିଶୁ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲହଣ୍ଡାବୁଡ଼ରେ ଅଭାବନୀୟ ଘଟଣା । ଟେଲିଭିଜନ ଫାଟି ମହିଳା ମୃତ, ସ୍ୱାମୀ ଓ ଶିଶୁ ଗୁରୁତର । ଗତକାଲି ରାତି ୯ଟା ୩୦ ବେଳେ ଘଟିଛି ଏଭଳି ଅଘଟଣ । ଟିଭି ଦେଖୁଥିବା ବେଳେ ସର୍ଟସର୍କିଟ ପରେ ବିସ୍ଫୋରଣ ହୋଇଥିଲା ।
ଫଳରେ ବବି ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ସ୍ୱାମୀ ଡିଲେଶ୍ୱର ନାଏକ ଏବଂ ୬ ମାସର ଶିଶୁ କନ୍ୟା ଗୁରୁତର ଅଛନ୍ତି । ପଡୋଶୀଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ଏବଂ ପୋଲିସ ଅଧିକାରୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।