ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ
ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଟିମ ଏବେ ସମଗ୍ର ଦୁନିଆର ନଜରରେ ରହିଛି । କିନ୍ତୁ ଟ୍ରମ୍ଫଙ୍କ ୨.୦ କାର୍ଯ୍ୟକାଳରେ ନିଯୁ୍କ୍ତ ରକ୍ଷାମନ୍ତ୍ରୀ ପିଟ ହେଗସେଥ ବିବାଦରେ ଅଛନ୍ତି । ଫକ୍ସ ନ୍ୟୁଜ ଚ୍ୟାନେଲର ସାମ୍ବାଦିକଙ୍କୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ମିଳିବା ଘଟଣାକୁ ସହଜରେ ଲୋକେ ଗ୍ରହଣ କରିପାରୁ ନାହାନ୍ତି ।
ତେବେ ପ୍ରଶ୍ନ ଉଠୁଛ ଯେ ଟ୍ରମ୍ପ ପିଟ୍ଙ୍କୁ କାହିଁକି ପ୍ରତିରକ୍ଷା ବିଭାଗର ଦାୟିତ୍ବ ଦେଇଛନ୍ତି? ବାସ୍ତବରେ ପିଟ୍ ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ନୀତିର ସମର୍ଥକ ଅଟନ୍ତି । ତାଙ୍କୁ ଟ୍ରମ୍ପଙ୍କ ନିକଟ ସହଯୋଗୀ ବି କୁହାଯାଏ ।ସୁତ୍ର କହୁଛି ଯେ ଟ୍ରମ୍ପଙ୍କ ଅବୈଧ ପ୍ରବାସୀଙ୍କ ପାଇଁ ନିର୍ବାସନ ଯୋଜନାକୁ ସଠିକ ମାର୍ଗ ଦେଖାଇବେ ପିଟ୍ ।
ଜାନୁଆରୀ ୨୦ରେ ରାଷ୍ଟ୍ରପତି ପଦର ଶପଥ ନେବେ ଟ୍ରମ୍ପ । ସର୍ବପ୍ରଥମେ ସେ ନିଜ ଡ୍ରିମ୍ ଯୋଜନା ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରିବେ । ପିଟ୍ ଏହି ଯୋଜନାର ବଡ ସମର୍ଥକ ଅଟନ୍ତି । ଏଥିପାଇଁ ସର୍ବପ୍ରଥମେ ପେଣ୍ଟାଗନରେ ବଡ ଧରଣର ଛଟେଇ କରାଯିବ ।
ରିପୋର୍ଟ ଅନୁସାରେ ବିଦା ହେବାକୁ ଥିବା ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ରହିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକା ସେନା ହଟାଇ ଦେଇଥିବା ଅଧିକାରୀଙ୍କୁ ପ୍ରଥମେ ବିଦା କରିବେ ।
ପିଟ୍ ହେଗସେଥ ଫକ୍ସ ନ୍ୟୁଜର ଲୋକପ୍ରିୟ ସାମ୍ବାଦିକ ତଥା ଟିଭି ଆଙ୍କର ଅଟନ୍ତି । ଇରାକ ଓ ଆଫଗାନିସ୍ତାନ ଯୁଦ୍ଧ ବେଳେ ପିଟ୍ଙ୍କ ବିଶ୍ଲେଷଣ ଚର୍ଚ୍ଚାରେ ରହିଥିଲା । ୨୦୧୬ରେ ଟ୍ରମ୍ପ ପ୍ରଥମ ଥର ରାଷ୍ଟ୍ରପତି ହେବା ସମୟରେ ପିଟ୍ ତାଙ୍କୁ ଖୁଲମଖୁଲା ସମର୍ତନ ଦେଇଥିଲେ ।